ଓଡିଶା

odisha

ETV Bharat / state

ମେଡିକାଲ ଛାତରୁ ଡେଇଁ ପ୍ରସୂତୀଙ୍କ ଆତ୍ମହତ୍ୟା

ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଛାତରୁ ଡେଇଁ ଆତ୍ମହତ୍ୟା କଲେ ପ୍ରସୂତି। ମାନସିକ ଅବସ୍ଥା ଭଲ ନଥିବା କହିଲେ ପରିବାର ଲୋକେ। ଅଧିକ ପଢ଼ନ୍ତୁ...

ମେଡିକାଲ ଛାତରୁ ଡେଇଁ ପ୍ରସୂତୀଙ୍କ ଆତ୍ମହତ୍ୟା

By

Published : Nov 5, 2019, 11:38 PM IST

ନବରଙ୍ଗପୁର: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଘଟିଲା ଅଘଟଣ। ମୁଖ୍ୟ ଚିକିତ୍ସାଳୟର ଏମସିଏଚ ବିଲଡିଂର ଦ୍ଵିତୀୟ ମହଲାରୁ ଡେଇଁ ପ୍ରସୂତି ଆତ୍ମହତ୍ୟା କରିଥିବା ନେଇ ମେଡିକାଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ପାଞ୍ଚ ଦିନ ତଳେ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ ମହିଳା ଜଣକ।

ମୃତ ମହିଳା ଜଣକ ଡାବୁ ଗାଁ ବ୍ଲକ ଡଙ୍ଗରା ଗ୍ରାମର ଧର୍ମୁ ଭତରାଙ୍କ ସ୍ତ୍ରୀ ଜେମା ଭତରା ବୋଲି ଜଣାପଡିଛି। ଘଟଣା ଅନୁସାରେ ପାଞ୍ଚ ଦିନ ତଳେ ମୃତ ଜେମା ଭତରା ପ୍ରସବ ବେଦନା କାରଣରୁ ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ । ଏହାପରେ ଅସ୍ତ୍ରୋପଚାର କରି ତାଙ୍କର ଏକ ଶିଶୁ ପୁତ୍ର ଜନ୍ମ ହୋଇଥିଲା । ଜେମାଙ୍କର ଏହା ଷଷ୍ଠ ଗର୍ଭ। ପୂର୍ବରୁ ତିନୋଟି ଛୁଆର ମୃତ୍ୟୁ ପରେ ତାଙ୍କର ମାନସିକ ସ୍ଥିତି ଠିକ ନଥିବା ପରିବାର ପକ୍ଷରୁ କୁହାଯାଇଛି।

ମଙ୍ଗଳବାର ମୃତ ମହିଳା ଜଣକ ୱାର୍ଡରେ ଥିବାବେଳେ ଅଚାନକ ନିଜ ଛୁଆ ଧରି ମେଡିକାଲ ଦ୍ବିତୀୟ ମହଲାରୁ ଡେଇଁବାକୁ ଚେଷ୍ଟା କଲାବେଳେ ଛୁଆକୁ ଟାଣି ନେଇଥିଲେ ତାଙ୍କ ଶାଶୁ । ଏହାପରେ ସେ ଉପରୁ ତଳକୁ ପଡି ଯାଇଥିବା ବେଳେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ମେଡିକାଲରେ ପୋଲିସ ପହଞ୍ଚି ମେଡିକାଲ କର୍ତ୍ତୃପକ୍ଷଙ୍କୁ ପଚରାଉଚରା କରିବା ସହ ଘଟଣାର ତଦନ୍ତ କରୁଛି।

ମେଡିକାଲ ଛାତରୁ ଡେଇଁ ପ୍ରସୂତୀଙ୍କ ଆତ୍ମହତ୍ୟା

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

ABOUT THE AUTHOR

...view details