ଓଡିଶା

odisha

ETV Bharat / state

ସ୍ବାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ, ଅଭିଯୁକ୍ତ ସ୍ବାମୀ ଗିରଫ

ନବରଙ୍ଗପୁରର ଡାବୁଗାଁ ଥାନା ଅନ୍ତର୍ଗତ ସରାଗୁଡ଼ା ଗ୍ରାମର ଜଣେ ସ୍ବାମୀ ନିଜ ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା କରିଛି । ଏ ଘଟଣାରେ ପୋଲିସ ସ୍ବାମୀକୁ ଗିରଫ କରିଛି ।

By

Published : Sep 2, 2019, 6:35 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର

ନବରଙ୍ଗପୁର: ନିଜ ସ୍ତ୍ରୀକୁ ଟାଙ୍ଗିଆରେ ହତ୍ୟା କରିଛି ସ୍ବାମୀ । ଏପରି ଏକ ଘଟଣା ଦେଖିବାକୁ ମିଳିଛି ଡାବୁଗାଁ ଥାନା ଅନ୍ତର୍ଗତ ସରାଗୁଡ଼ା ଗ୍ରାମରେ । ଗ୍ରାମର ମାଙ୍ଗ ଭତରା ମାନସିକ ଭାରସାମ୍ୟ ହରାଇ ସ୍ତ୍ରୀ ମନାଇ ଭାତରାକୁ ହତ୍ୟାକରିଥିବା ଜଣାପଡିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର

ସୂଚନା ଅନୁସାରେ, ରବିବାର ଦିନ ବିଳମ୍ବିତ ରାତିରେ ମାଙ୍ଗ ଭତରା ମାନସିକ ଭାରସାମ୍ୟ ହରାଇ ତାଙ୍କ ନିଜ ସ୍ତ୍ରୀ ମନାଇ ଭାତରା ବେକକୁ ଟାଙ୍ଗିଆରେ ହାଣିଦେଇଥିଲା । ଚିତ୍କାର ଶୁଣି ପରିବାର ଲୋକେ ପହଞ୍ଚି ରକ୍ତ ଜୁଡୁବୁଡ଼ୁ ଅବସ୍ଥାରେ ମନାଇଙ୍କୁ ଦେଖିବାକୁ ପାଇଥିଲେ । ଏହାପରେ ଘଟଣା ସ୍ଥଳରେ ହିଁ ମନାଇଙ୍କ ମୃତ୍ୟୁ ହୋଇଥିଲା । ସ୍ତ୍ରୀକୁ ହତ୍ୟା କରିବାପରେ ମାଙ୍ଗ ରାତି ସାରା ସ୍ତ୍ରୀର ଶବକୁ ଜଗି ରହିଥିଲା । ଏନେଇ ପରିବାର ପକ୍ଷରୁ ଡାବୁଗାଁ ଥାନାରେ ଏତଲା ଦିଆଯାଇଥିଲା । ଏହାପରେ ପୋଲିସ ସେଠାରେ ପହଞ୍ଚି ଅଭିଯୁକ୍ତକୁ ଗିରଫ କରିବା ସହ ଶବକୁ ଜବତ କରି ତଦନ୍ତ ଜାରି ରଖିଛି ।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

ABOUT THE AUTHOR

...view details