ଓଡିଶା

odisha

By

Published : Feb 4, 2022, 4:37 PM IST

ETV Bharat / state

ନିର୍ବାଚନୀ ଗୀତରେ ପାୱାରଫୁଲ ପ୍ରଚାର ମଇଦାନ, ଚର୍ଚ୍ଚାରେ ବିଶ୍ଵନାଥ ଷ୍ଟୁଡିଓ

ଜନତାଙ୍କ ମନ ଜିଣିବାକୁ ପ୍ରୟାସ ଆରମ୍ଭ କରି ଦେଲେଣି ନେତା । ସ୍ଥାନୀୟ ଭାଷାରେ ନିର୍ବାଚନୀ ଗୀତ ପ୍ରସ୍ତୁତ କରି ଭୋଟରଙ୍କୁ ଆକୃଷ୍ଟ କରିବାକୁ ଚାଲିଛି ପ୍ରୟାସ । ଆଉ ଗୀତ ପ୍ରସ୍ତୁତ କରିବା ନେଇ ବ୍ୟସ୍ତ ନବରଙ୍ଗପୁର ଜିଲ୍ଲା ବିଶ୍ବନାଥ ଷ୍ଟୁଡିଓ । ନିର୍ବାଚନୀ ତାରିଖ ଘୋଷଣା ହେବା ଦିନଠୁ ୩ ଦଳ ପାଇଁ ପାଖାପାଖି ୧୦୦ରୁ ଅଧିକ ଗୀତ ତିଆରି କରି ସାରିଲାଣି ଷ୍ଟୁଡିଓ । ଅଧିକ ପଢନ୍ତୁ

ନିର୍ବାଚନୀ ଗୀତ ପ୍ରସ୍ତୁତ କରିବାରେ ବ୍ୟସ୍ତ ବିଶ୍ଵନାଥ ଷ୍ଟୁଡିଓ
ନିର୍ବାଚନୀ ଗୀତ ପ୍ରସ୍ତୁତ କରିବାରେ ବ୍ୟସ୍ତ ବିଶ୍ଵନାଥ ଷ୍ଟୁଡିଓ

ନବରଙ୍ଗପୁର:ପାଖଉଛି ପଞ୍ଚାୟତ ଫାଇଟ । ଦିନ ଯେତିକି ପାଖଉଛି ପ୍ରାର୍ଥୀଙ୍କ ମନରେ ଉତ୍ସାହ ସେତିକି ବଢୁଛି । ଆରମ୍ଭ ହୋଇ ଗଲାଣି ମଇଦାନ ସଜବାଜ । ଜନତାଙ୍କ ମନ ଜିଣିବାକୁ ପ୍ରୟାସ ଆରମ୍ଭ କରି ଦେଲେଣି ନେତା । କୋରୋନା କଟକଣା ପାଇଁ ରାଲି ସଭା ସମିତିରେ ରୋକ ଲାଗିଥିବାକୁ ଡିଜିଟାଲ ପ୍ରଚାରକୁ ପାଥେୟ କରି ଜୋରସୋରେ ଆରମ୍ଭ କରି ଦେଇଛନ୍ତି ପ୍ରଚାର । ସ୍ଥାନୀୟ ଭାଷାରେ ନିର୍ବାଚନୀ ଗୀତ ପ୍ରସ୍ତୁତ କରି ଭୋଟରଙ୍କୁ ଆକୃଷ୍ଟ କରିବାକୁ ଚାଲିଛି ପ୍ରୟାସ । ଆଉ ଗୀତ ପ୍ରସ୍ତୁତ କରିବା ନେଇ ବ୍ୟସ୍ତ ନବରଙ୍ଗପୁର ଜିଲ୍ଲା ବିଶ୍ବନାଥ ଷ୍ଟୁଡିଓ ।

ନିର୍ବାଚନୀ ଗୀତରେ ପାୱାରଫୁଲ ପ୍ରଚାର ମଇଦାନ, ରେକର୍ଡ ଚର୍ଚ୍ଚାରେ ବିଶ୍ଵନାଥ ଷ୍ଟୁଡିଓ

ନିର୍ବାଚନୀ ତାରିଖ ଘୋଷଣା ହେବା ଦିନଠୁ ୩ ଦଳ ପାଇଁ ପାଖାପାଖି ୧୦୦ରୁ ଅଧିକ ଗୀତ ତିଆରି କରି ସାରିଲାଣି ଷ୍ଟୁଡିଓ । ସୋସିଆଲ ମିଡ଼ିଆ ପ୍ଲାଟଫର୍ମରେ ସ୍ଥାନୀୟ ଭାଷାରେ ଉତ୍ତମ ଗୀତ ରେକର୍ଡିଂ କରି ଭୋଟରଙ୍କୁ ନିଜ ପକ୍ଷକୁ ଆକର୍ଷଣ କରିବା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି ନେତା । ଉପାନ୍ତ ଅଞ୍ଚଳରେ ନେଟୱର୍କ ଅସୁବିଧା ସତ୍ତ୍ବେ ନବରଙ୍ଗପୁର ଜିଲ୍ଲାରେ ସ୍ଥାନୀୟ ଆଦିବାସୀ ଭାଷାରେ ଗୀତରେ ରେକର୍ଡିଂ କରିବାରେ ବ୍ୟସ୍ତ ଜିଲ୍ଲାର ଷ୍ଟୁଡିଓ ବିଶ୍ୱନାଥ କ୍ରିଏସନ ।

ଚଳଚ୍ଚିତ୍ର ଗୀତର ସ୍ବରରେ ବିଭିନ୍ନ ଗୀତ ତିଆରି କରୁଛି ଷ୍ଟୁଡିଓ । ଚଳିତ ବର୍ଷ କୋରୋନା କଟକଣା ମଧ୍ୟରେ ନିର୍ବାଚନ ପ୍ରଚାର ଥିବାରୁ ସୋସିଆଲ ମିଡ଼ିଆ ଗୀତ ମାଧ୍ୟମରେ ଲଢେଇ ପାଇଁ ଉଚିତ ପ୍ଲାଟଫର୍ମ ଆଣି ଦେଇଛି । ଗୀତ ମାଧ୍ୟମରେ ନେତାଙ୍କ ଲଢେଇ ପାଇଁ ଭୋଟରଙ୍କୁ ଆକୃଷ୍ଟ କରିବା ପ୍ରାୟସ କରିଛି ବିଶ୍ବନାଥ ଷ୍ଟୁଡିଓ । ସ୍ଥାନୀୟ ଭାଷାରେ ନିଜ ନିଜ ପସନ୍ଦର ଗୀତ ରେକର୍ଡିଂ କରୁଛନ୍ତି ନେତା । ସୁହାଇଲା ଭଳି ଦରରେ ସ୍ଥାନୀୟ ଭାଷାରେ ଭୋଟରଙ୍କୁ ଆକୃଷ୍ଟ କରିବା ଭଳି ଉତ୍ତମ ନିର୍ବାଚନୀ ସଙ୍ଗୀତ ରେକର୍ଡ଼ କରିବାରେ ବ୍ୟସ୍ତ ରହିଛି ଷ୍ଟୁଡିଓ ।

ବିଶ୍ବନାଥ ଷ୍ଟୁଡିଓ ଆରମ୍ଭରୁ ଏତେଟା ରୋଜଗାର ହେଉ ନଥିଲା ହେଲେ ନିର୍ବାଚନ ପାଇଁ ସେଠାରେ ରେକର୍ଡିଂ ହେଉଛି ଗଦା ଗଦା ଗୀତ । ନିର୍ବାଚନ ଆସିଲେ ଷ୍ଟୁଡିଓ ରେ ଗୀତ ରେକର୍ଡ଼ କରିବା ପାଇଁ ସ୍ଥାନୀୟ ନେତାଙ୍କ ଭିଡ଼ ଜମୁଛି । ଫଳରେ ଭଭୟ ଷ୍ଟୁଡିଓ ମାଲିକ ଓ ଗାୟକ ବେଶ ଦୁଇ ପଇସା ରୋଜଗାର କରି ପାରୁଛନ୍ତି । ଷ୍ଟୁଡିଓରେ କେତେବେଳେ ନିଜ ଦଳର ସଫଳତା ସହ ବିପକ୍ଷ ଦଳର ବିଫଳତାକୁ ନେଇ ଗୀତ ରେକର୍ଡ ହୁଏ ତ ଆଉ କେତେବେଳେ ନେତାଙ୍କ ବ୍ୟକ୍ତିଗତ ଜୀବନର ରାଜନୈତିକ ସଫଳତାକୁ ନେଇ ଗୀତର ଆସର । ରାଲି କି ସଭା ସମିତିରେ ନେତାଙ୍କ ଭାଷଣ ଶୁଣିବାକୁ ମିଳିବନି ତେଣୁ ଗୀତରେ ଯିଏ ଯେମିତି ଭୋଟରଙ୍କୁ ଆକୃଷ୍ଟ କରି ପାରିବେ । ନିର୍ବାଚନ ପ୍ରତିଶୃତି ଭରା ଗୀତ ଯାହା ଭୋଟରଙ୍କ ମନସ୍ତତ୍ତ୍ୱକୁ ଜିତି ପାରିବ ସେ ଦିଗରେ ଉଦ୍ୟମ ଆରମ୍ଭ କରି ଚାଲିଛି ବିଶ୍ୱନାଥ କ୍ରିଏସନରେ ଗୀତ ରେକର୍ଡିଂ ।


ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ABOUT THE AUTHOR

...view details