ଓଡିଶା

odisha

ETV Bharat / state

ବିଦ୍ୟୁତ କର୍ମଚାରୀଙ୍କ ମୃତ୍ୟୁ ଘଟଣା: କ୍ଷତିପୂରଣ ପ୍ରତିଶୃତି ପରେ ହଟିଲା ରାସ୍ତାରୋକ - family

ମିଳିଲା କ୍ଷତିପୂରଣର ପ୍ରତିଶ୍ରୁତି, ହଟିଲା ରାସ୍ତାରୋକ । ଅସ୍ଥାୟୀ ବିଦ୍ୟୁତ କର୍ମଚାରୀଙ୍କ ମୃତ୍ୟୁ ପରେ ଦେଖା ଦେଇଥିବା ଉତ୍ତେଜନା ଏବେ ଶାନ୍ତ ପଡିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର

By

Published : Apr 19, 2019, 3:31 PM IST

ନବରଙ୍ଗପୁର: ବିଦ୍ୟୁତ କର୍ମଚାରୀଙ୍କ ମୃତ୍ୟୁ ପରେ କ୍ଷତିପୂରଣ ଦାବିରେ ଗ୍ରାମବାସୀଙ୍କ ରାସ୍ତାରୋକ । କୋଷାଗୁମୁଡ଼ା ବ୍ଲକ ଭଣ୍ଡିଆ ଛକରେ ଶବ ରଖି ରାସ୍ତାରୋକ କରିଥିଲେ ଆନ୍ଦୋଳନକାରୀ । ଉଚିତ କ୍ଷତିପୂରଣ ସହ ମୃତକଙ୍କ ପରିବାରର ଜଣଙ୍କୁ ଚାକିରି ଦେବାକୁ ଦାବି ହୋଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର

ସୂଚନା ମୁତାବକ, ଗୁରୁବାର ସନ୍ଧ୍ୟାରେ ଛାଲିପେଟା ଗ୍ରାମରେ ଜଣେ ଅସ୍ଥାୟୀ ବିଦ୍ୟୁତ କର୍ମଚାରୀ ପୋଲରେ ଚଢି କାମ କରୁଥିବାବେଳେ ବିଜୁଳି ଆଘାତର ଶୀକାର ହୋଇଥିଲେ । ହଠାତ ବିଦ୍ୟୁତ ଚାର୍ଜ ହୋଇଯିବାରୁ ତଳେ ପଡି ବିଦ୍ୟୁତ କର୍ମଚାରୀ ମୋହନ କାତିଙ୍କ ମୃତ୍ୟୁ ହୋଇଥିଲା । ଏନେଇ ଗ୍ରାମବାସୀ ବିଦ୍ୟୁତ ବିଭାଗକୁ ଜଣାଇବା ପରେ ମଧ୍ୟ କୌଣସି ବିଭାଗୀୟ ଅଧିକାରୀ ଘଟଣା ସ୍ଥଳକୁ ଆସିନଥିବା ଆନ୍ଦୋଳନକାରୀ ଅଭିଯୋଗ କରିଛନ୍ତି । ଯାହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା ।

ଆଜି ଗ୍ରାମବାସୀ ଓ ପରିବାର ଲୋକେ ଶବକୁ ଆଣି କୋଷାଗୁମୁଡ଼ା ଓ ପାପଡାହାଣ୍ଡି ରାସ୍ତାର ଭଣ୍ଡିଆ ଛକ ନିକଟରେ ରଖି ରାସ୍ତାରୋକ କରିଥିଲେ । ଘଟଣା ସ୍ଥଳରେ କୋଡ଼ିଙ୍ଗା ପୋଲିସ ଓ ପାପଡାହାଣ୍ଡି ତହସିଲଦାର ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଛନ୍ତି । ବିଦ୍ୟୁତ ବିଭାଗର ଅଧିକାରୀ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଛି । ପରିବାରର ଜଣକୁ ଚାକିରୀ ଓ ଦଶାହ କାର୍ଯ୍ୟ ପାଇଁ କିଛି ଆର୍ଥିକ ସାହାଯ୍ୟ ଏବଂ ରେଡକ୍ରସ ପାଣ୍ଠିରୁ 10 ହଜାର ଟଙ୍କା ଦେବାକୁ ପ୍ରତିଶ୍ରୁତି ମିଳିଥିବା ଜଣାପଡିଛି ।

ନବରଙ୍ଗପୁରରୁ ତପନ ବିଶୋୟୀ, ଇଟିଭି ଭାରତ

ABOUT THE AUTHOR

...view details