ଓଡିଶା

odisha

ETV Bharat / state

ଦୃଷ୍ଟି ଆଢୁଆଳରେ ସମସ୍ୟା, ନିଜ ପାଇଁ ରାସ୍ତା କଲେ ଗ୍ରାମବାସୀ - ରାସ୍ତା ନିର୍ମାଣ କାମରେ ଗ୍ରାମବାସୀ

ଯେଉଁଠି ଗମନାଗମନର ସୁବିଧା ନାହିଁ ସେହି ଗାଁର ବିକାଶ ସମ୍ଭବ ନୁହେଁ l କାରଣ ଫସଲର ପ୍ରକୃତ ମୂଲ୍ୟ ଗମନାଗମନର ସୁବିଧା ଉପରେ ନିର୍ଭର କରୁଥିବା ଗ୍ରାମର ଲୋକେ ବୁଝି ପାରିଛନ୍ତି । ନବରଙ୍ଗପୁର ଜିଲ୍ଲାର ମୁଣ୍ଡିଗୁଡା ଗାଁରେ ଦେଖିବାକୁ ମିଳିଛି କିଛି ଅଭାବନୀୟ ଦୃଶ୍ୟ।

ଫଟୋ ସୌଜନ୍ୟ- ସମ୍ବାଦଦାତା, ନବରଙ୍ଗପୁର

By

Published : Oct 16, 2019, 3:17 AM IST

ନବରଙ୍ଗପୁର: ଆଗକୁ ଧାନ, ମକା ଇତ୍ୟାଦି ଫସଲ ଅମଳ ହେବାକୁ ବସିଲାଣି । କୃଷକ ତାର ଉପଯୁକ୍ତ ମୂଲ୍ୟ ପାଇବା ଆଶାରେ ଅପେକ୍ଷା କରି ରହିଛି, ହେଲେ ଅମଳ ଫସଲର ପ୍ରକୃତ ମୂଲ୍ୟ ଠାରୁ ବହୁ ଗୁଣରେ କମ ମୂଲ୍ୟ ପାଇଥାନ୍ତି ଚାଷୀ l କାରଣ ଫସଲର ପ୍ରକୃତ ମୂଲ୍ୟ ଗମନାଗମନର ସୁବିଧା ଉପରେ ନିର୍ଭର କରୁଥିବା ଏହି ଗ୍ରାମର ଲୋକେ ବୁଝି ପାରିଛନ୍ତି । ଯେଉଁଠି ଗମନାଗମନର ସୁବିଧା ନାହିଁ ସେହିଗାଁ ର ବିକାଶ ସମ୍ଭବ ନାହିଁ l ଏ ଦୃଶ୍ୟ ହେଉଛି ନବରଙ୍ଗପୁର ଜିଲ୍ଲାର ମୁଣ୍ଡିଗୁଡା ।

ଝରୀଗାଁ ଠାରୁ ମାତ୍ର ପାଞ୍ଚ କିମି ଦୂର ପିଚୁ ରାସ୍ତାରେ ଯିବା ପରେ ପାଖାପାଖି ତିନି କିଲୋମିଟର ମାଟି ରାସ୍ତାରେ ଚାଲି ଚାଲି ଯିବାକୁ ପଡିଥାଏ । ବ୍ଲକ ହେଉ କି ପଞ୍ଚାୟତ, ମେଡିକାଲ ହେଉକି ବ୍ୟାଙ୍କ, ହାଟ ହେଉ କି ବଜାର ଯଦି ଯିବାକୁ ହୁଏ ତେବେ ଏହି ଗୋଟିଏ ମାତ୍ର ରାସ୍ତା ଉପରେ ନିର୍ଭର କରିବାକୁ ପଡିଥାଏ । ପ୍ରତିବର୍ଷ ଏଠି ଅମଳ ଫସଲର ମୂଲ୍ୟ ବାହାର ମୂଲ୍ୟ ଠାରୁ କମ ଦରରେ ବେପାରୀ ନେଇ ଯାଇଥାନ୍ତି ।

ରାସ୍ତା ଖରାପ କାରଣରୁ ଫସଲକୁ ହାଟ ବଜାରକୁ ନେଇ ବିକ୍ରି କରିବା ସମ୍ଭବ ହୋଇପାରୁ ନାହିଁ। ତେଣୁ ଗ୍ରାମର ପିଲା ଠାରୁ ବୃଦ୍ଧ ସମସ୍ତେ ମିଶି ନିଜର କୁଲି ମଜୁରୀ ଛାଡି ତିନିଦିନ ମଧ୍ୟରେ ଉକ୍ତ ରାସ୍ତା ମରାମତି କରିବାର ନିଷ୍ପତ୍ତି ନେଇଥିଲେ । ତେଣୁ କୋଡ଼ି କୋଦାଳ ଧରି ସମସ୍ତ ଗ୍ରାମବାସୀ ଦୀର୍ଘ ଚାରି କିଲୋମିଟର ରାସ୍ତା ନିର୍ମାଣ କାମରେ ଜୋର ସୋରରେ ଲାଗି ପଡ଼ିଥିଲେ ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ନବରଙ୍ଗପୁର

ସେମାନେ ଏଥିଲାଗି କାହାକୁ କିଛି ଜଣେଇ ନଥିଲେ ମଧ୍ୟ ଗଣମାଧ୍ୟମ ପ୍ରତିନିଧି ମାନେ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କ ଏଭଳି ଉଦ୍ୟମକୁ ଖୁବ ପ୍ରଶଂସା କରିବା ସହ ଏମାନଙ୍କ ଏଭଳି କାର୍ଯ୍ୟକୁ ପ୍ରଶାସନ ଏବଂ ଜନତାଙ୍କ ଦୃଷ୍ଟିକୁ ଆଣିବାପାଇଁ ଚେଷ୍ଟା କରିଥିଲେ ।

ତେବେ ନାନାଦି ସମସ୍ୟାରେ ବୁଡିରହିଥିବା ଏହି ଗ୍ରାମବାସୀ ଆଜିବି ଅନ୍ଧାରରେ ରାତି ବିତାଉ ଥିବା ଦେଖିବାକୁ ମିଳିଛି । ଗାଁ ରେ ଆଲୁଅ ଟିକେ ଦେଖିବା ପାଇଁ ଆଶା ବାନ୍ଧି ରଖିଥିବl ଗ୍ରାମବାସୀଙ୍କ ଆଶା କେବେ ପୂରଣ ହେବ । ତେବେ ଏମାନଙ୍କ ସମସ୍ୟା ଦେଖି ସରକାର କେବେ ପଦକ୍ଷେପ ନେବ ତାହା ଉପରେ ନଜର ରହିଛି।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ABOUT THE AUTHOR

...view details