ଓଡିଶା

odisha

ETV Bharat / state

ସ୍କୁଲ ପରିସରରେ ବିଇଓଙ୍କୁ ଆକ୍ରମଣ ! - ବିଦ୍ୟାଳୟ ପରିସରରେ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଆକ୍ରମଣ ଅଭିଯୋଗ

ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଆକ୍ରମଣ ଅଭିଯୋଗ । ଉମରକୋଟ ବ୍ଲକ୍ ପୂଜାରୀଗୁଡ଼ା ପ୍ରାଥମିକ ବିଦ୍ୟାଳୟ ପରିସରରେ ବ୍ଲକ ଶିକ୍ଷା ଅଧିକାରୀ (ବିଇଓ)ଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ...

villagers-attack-to-block-education-officer-at-school-premises
ବିଦ୍ୟାଳୟ ପରିସରରେ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଆକ୍ରମଣ ଅଭିଯୋଗ

By

Published : Feb 8, 2020, 9:14 PM IST

ନବରଙ୍ଗପୁର: ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଆକ୍ରମଣ ଅଭିଯୋଗ । ଉମରକୋଟ ବ୍ଲକ୍ ପୂଜାରୀଗୁଡ଼ା ପ୍ରାଥମିକ ବିଦ୍ୟାଳୟ ପରିସରରେ ଶନିବାର ବ୍ଲକ ଶିକ୍ଷା ଅଧିକାରୀ (ବିଇଓ)ଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ଆଣିଛନ୍ତି ଖୋଦ୍ ଉମରକୋଟ ବ୍ଲକ୍ ଶିକ୍ଷା ଅଧିକାରୀ ବିକାଶ ଚନ୍ଦ୍ର ସରକାର ।

ବିଦ୍ୟାଳୟ ପରିସରରେ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଆକ୍ରମଣ ଅଭିଯୋଗ

ମିଳିଥିବା ସୂଚନା ମୁତାବକ, ଦୀର୍ଘ ଛଅ ମାସ ଧରି ଉମରକୋଟ ବ୍ଲକ୍ ୟୁ.ଭି-୯ ପୂଜାରୀଗୁଡ଼ା ପ୍ରାଥମିକ ବିଦ୍ୟାଳୟରେ ପିଲାଙ୍କ ମଧ୍ୟାହ୍ନ ଭୋଜନ ପାଇଁ ଆସୁଥିବା ପୋକରା ଚାଉଳ ଓ ପ୍ରଧାନ ଶିକ୍ଷୟିତ୍ରୀଙ୍କ କାର୍ଯ୍ୟରେ ଅବହେଳା ଏବଂ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ କରୁଥିବା ସ୍ବଂୟ ସହାୟକ ଗୋଷ୍ଠୀକୁ କାର୍ଯ୍ୟରୁ ଅନ୍ତର କରିବା ଦାବି ନେଇ ଗ୍ରାମବାସୀ ବାରମ୍ବାର ବ୍ଲକ୍ ପ୍ରଶାସନର ଦ୍ବାରସ୍ଥ ହୋଇ ମଧ୍ୟ କୌଣସି ଫଳ ନ ମିଳିନଥିଲା । ଶନିବାର ବାଧ୍ୟ ହୋଇ ଛାତ୍ରଛାତ୍ରୀଙ୍କୁ ବାହାରେ ରଖି ବିଦ୍ୟାଳୟରେ ତାଲା ପକାଇଥିବା କଥା ପ୍ରକାଶ କରିଛନ୍ତି ଗ୍ରାମବାସୀ ।

ଏହି ଖବର ପାଇ ଉମରକୋଟ ବ୍ଲକ୍ ଶିକ୍ଷା ଅଧିକାରୀ ବିକାଶ ଚନ୍ଦ୍ର ସରକାର ଉକ୍ତ ବିଦ୍ୟାଳୟକୁ ଯାଇଥିବା ସମୟରେ ଗ୍ରାମର ଦୁଇ ଜଣ ଯୁବକ ତାଙ୍କ କଲର ଧରି ଟଣାଓଟରା କରିବା ସହ ଜୀବନରେ ମାରିଦେବାକୁ ଧମକ ଦେଇଥିବା ଅଭିଯୋଗ କରିଛନ୍ତି । ଏହାକୁ ନେଇ ସେ ଥାନାର ଦ୍ବାରସ୍ଥ ହେବେ ବୋଲି ବିଇଓ କହିଛନ୍ତି ।

ନବରଙ୍ଗପୁରରୁ ତପନ କୁମାର ବିଷୟୀ, ଇଟିଭି ଭାରତ

ABOUT THE AUTHOR

...view details