ଓଡିଶା

odisha

ETV Bharat / state

ପଥର ଖଣିରୁ ପଥର ଉତ୍ତୋଳନକୁ ବିରୋଧ, ସ୍ଥାନୀୟ ଲୋକଙ୍କ ପ୍ରତିବାଦ - ନବରଙ୍ଗପୁରରେ ପଥର ଉତ୍ତୋଳନକୁ ନେଇ ଲୋକଙ୍କ ପ୍ରତିବାଦ

ଘର ଭାଙ୍ଗୁଛି ଓ ଫସଲ ଉଜାଡୁଛି ପଥର କୁଆଁରୀ କିଛି ଏଭଳି ଅଭିଯୋଗ ନେଇ ଗ୍ରାମବାସୀ ଓ ଲୋକ ପ୍ରତିନିଧିଙ୍କ ପଥର କୁଆଁରୀକୁ ବିରୋଧ କରି ପ୍ରତିବାଦ । ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ କଙ୍ଗ୍ରା ଗ୍ରାମରୁ ଆସିଛି ଏଭଳି ଅଭିଯୋଗ । ଗ୍ରାମ ନିକଟବର୍ତୀ ଏକ ପଥର କୁଆଁରୀରେ ବେଆଇନ ଭାବେ ମେସିନ ଦ୍ୱାରା ଗଭୀର ଗାତ କରାଯାଇ ବ୍ଲାଷ୍ଟିଂ କରାଯାଉଛି । ଅଧିକ ପଢନ୍ତୁ

ପଥର ଖଣିରୁ ପଥର ଉତ୍ତୋଳନକୁ ବିରୋଧ, ସ୍ଥାନୀୟ ଲୋକଙ୍କ ପ୍ରତିବାଦ
ପଥର ଖଣିରୁ ପଥର ଉତ୍ତୋଳନକୁ ବିରୋଧ, ସ୍ଥାନୀୟ ଲୋକଙ୍କ ପ୍ରତିବାଦ

By

Published : Mar 30, 2022, 9:14 PM IST

ନବରଙ୍ଗପୁର: ଘର ଭାଙ୍ଗୁଛି ଓ ଫସଲ ଉଜାଡୁଛି ପଥର କୁଆଁରୀ କିଛି ଏଭଳି ଅଭିଯୋଗ ନେଇ ଗ୍ରାମବାସୀ ଓ ଲୋକ ପ୍ରତିନିଧିଙ୍କ ପଥର କୁଆଁରୀକୁ ବିରୋଧ କରି ପ୍ରତିବାଦ । ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ କଙ୍ଗ୍ରା ଗ୍ରାମରୁ ଆସିଛି ଏଭଳି ଅଭିଯୋଗ । ଗ୍ରାମ ନିକଟବର୍ତ୍ତୀ ଏକ ପଥର କୁଆଁରୀରେ ବେଆଇନ ଭାବେ ମେସିନ ଦ୍ୱାରା ଗଭୀର ଗାତ କରାଯାଇ ବ୍ଲାଷ୍ଟିଂ କରାଯାଉଛି ।

ପଥର ଖଣିରୁ ପଥର ଉତ୍ତୋଳନକୁ ବିରୋଧ, ସ୍ଥାନୀୟ ଲୋକଙ୍କ ପ୍ରତିବାଦ

ଫଳରେ ଗଭୀର କୁପ୍ରଭାବ ପରିବେଶରେ ଦେଖାଯାଉଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ବ୍ଲାଷ୍ଟିଂ ପ୍ରଭାବରେ ଗ୍ରାମର ଘର ଗୁଡିକ ଭାଙ୍ଗି ଯାଉଛି । ବଡ଼ ବଡ଼ ହାଇୱା ମେସିନ ଦ୍ୱାରା ବେଆଇନ ଭାବେ ପଥର ଉତ୍ତୋଳନ କରାଯାଇ ଟ୍ରକରେ ନିଆଯାଉଛି ।

ଏହା ଦ୍ବାରା କୁଆଁରୀର ଡ଼ଷ୍ଟ ଦ୍ୱାରା ଜମିରେ ପୂର୍ଣ୍ଣ ହୋଇଯାଉଛି । ଫଳରେ ଚାଷ ଉଜାଡ଼ି ଯାଇ ଥିବା ପୂର୍ବ ଅପେକ୍ଷା ଜମିରେ ଉତ୍ପାଦନ କ୍ଷମତା କମି ଯାଇଛି ବୋଲି ଲୋକେ ଅଭିଯୋଗ କରିଛନ୍ତି ।

ଅନ୍ୟପଟେ ଫସଲ ଉତ୍ପାଦନ କ୍ଷମତା ପ୍ରାୟ ୫୦ ପ୍ରତିଶତ କମି ଯାଇଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଏନେଇ ଅନେକ ଥର ସ୍ଥାନୀୟ ତହସିଲଦାରଙ୍କୁ ବାରମ୍ବାର ଅଭିଯୋଗ କରାଯାଇଛି । କିନ୍ତୁ କୌଣସି ସୁଫଳ ନ ମିଳିବାରୁ ପ୍ରତିବାଦ କୁଆଁରୀ ସମ୍ମୁଖରେ ପ୍ରତିବାଦ କରିଛନ୍ତି ।


ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ABOUT THE AUTHOR

...view details