ଓଡିଶା

odisha

By

Published : Nov 6, 2022, 11:53 AM IST

ETV Bharat / state

ନବରଙ୍ଗପୁରରେ ଦୁର୍ନୀତି ନିବାରଣ ସପ୍ତାହ ପାଳନ

ଭାରତର ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ସ୍ମୃତି ଉଦ୍ଦେଶ୍ୟରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ 31 ଅକ୍ଟୋବରଠାରୁ 6 ନଭେମ୍ବର ଯାଏ ଦୁର୍ନୀତି ନିବାରଣ ସପ୍ତାହ ପାଳନ କରାଯାଉଛି l ଅଧିକ ପଢନ୍ତୁ

ନବରଙ୍ଗପୁରରେ ଦୁର୍ନୀତି ନିବାରଣ ସପ୍ତାହ ପାଳନ
ନବରଙ୍ଗପୁରରେ ଦୁର୍ନୀତି ନିବାରଣ ସପ୍ତାହ ପାଳନ

ନବରଙ୍ଗପୁର:ଜିଲ୍ଲାରେ ଦୁର୍ନୀତି ନିବାରଣ ସପ୍ତାହ ପାଳନ କରାଯାଉଛି । ଭାରତର ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ସ୍ମୃତି ଉଦ୍ଦେଶ୍ୟରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ 31 ଅକ୍ଟୋବରଠାରୁ 6 ନଭେମ୍ବର ଯାଏ ଦୁର୍ନୀତି ନିବାରଣ ସପ୍ତାହ ପାଳନ କରାଯାଉଛି । ଆଜି ଦୁର୍ନୀତି ନିବାରଣ ସପ୍ତାହ ଉଦ୍ଦେଶ୍ୟରେ ସ୍କୁଲ କଲେଜର ଛାତ୍ରଛାତ୍ରୀ ଓ ଜିଲ୍ଲାର ବିଭିନ୍ନ ବିଭାଗର ଅଧିକାରୀ ଏକ ରାଲି ଏକ୍ସ ବୋର୍ଡ଼ ସ୍କୁଲରୁ ବାହାରି ସହର ପରିକ୍ରମା କରି ମିଶନ ଶକ୍ତି ସଭାଗୃହଠାରେ ପହଞ୍ଚିଥିଲା ।

ନବରଙ୍ଗପୁରରେ ଦୁର୍ନୀତି ନିବାରଣ ସପ୍ତାହ ପାଳନ

ଏନେଇ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାର ମୁଖ୍ୟ ପ୍ରସଙ୍ଗ ରହିଥିଲା 'ଏକ ବିକଶିତ ରାଷ୍ଟ୍ର ପାଇଁ ଦୁର୍ନୀତି ମୁକ୍ତ ଭାରତ' । ଏହି ପ୍ରସଙ୍ଗ ଉପରେ 1947 ଠାରୁ ଆରମ୍ଭ କରି ଆଜି ଯାଏ ହେଉଥିବା ସମସ୍ତ କାର୍ଯ୍ୟକଳାପର ବିଶେଷ ବିବରଣୀ ରଖିଥିଲେ ଜିଲ୍ଲା ଆଇନ ସଙ୍ଘ ସଭାପତି ଶ୍ରୀ ନରସିଂହ ତ୍ରିପାଠୀ । ପରେ ମୁଖ୍ୟ ବକ୍ତା ଭାବେ ଦୁର୍ନୀତି ବିଷୟରେ ବ୍ୟାଖ୍ୟା କରିଥିଲେ ଡ଼. ବିଜୟ ମିଶ୍ର । ଆରକ୍ଷୀ ଅଧିକ୍ଷକ ଓ ଜିଲ୍ଲାପାଳ ମଧ୍ୟ ନିଜ ନିଜ ବକ୍ତବ୍ୟ ରଖିଥିଲେ । ଶେଷରେ ଉପସ୍ଥିତ ସମସ୍ତ ଅଧିକାରୀ ଦୁର୍ନୀତି ନ କରିବାକୁ ଶପଥ ପାଠ କରିଥିଲେ ।

ହେଲେ ଏଠି ପ୍ରଶ୍ନ ଉଠିଛି ଯେ ପ୍ରତିବର୍ଷ ଏଭଳି ବର୍ଷ ଜିଲ୍ଲାର ବଡ଼ବଡ଼ ପଦ ପଦବୀରେ ଥିବା ଲୋକଠାରୁ ଆରମ୍ଭ କରି ତଳ ସ୍ତର କର୍ମଚାରୀ ଯାଏଁ ସମସ୍ତେ ଶପଥ ନେଉଥିବା ବେଳେ ଜିଲ୍ଲାରେ କିନ୍ତୁ ଦୁର୍ନୀତି କମିବାରେ ନା ନେଉନାହିଁ । ଯଦି ପ୍ରାଥମିକ ସ୍ତରରୁ ଦୁର୍ନୀତିକୁ ବିରୋଧ କରାଯାଇ ପାରନ୍ତା ତାହେଲେ ଆମ ସମାଜ କଳୁଷିତ ହେବାରୁ ବଞ୍ଚି ଯାଇଥାନ୍ତା । ତେଣୁ ସରକାରୀ ସ୍ତରରେ ଯଦି କଡା ପଦକ୍ଷେପ ଗ୍ରହଣ କରାଯିବ ତାହେଲେ ଦୁର୍ନୀତିକୁ ରୋକିବାରେ ସକ୍ଷମ ହୋଇ ପାରିବ ବୋଲି ବୁଦ୍ଧିଜୀବୀମାନେ କହିଛନ୍ତି ।

ନବରଙ୍ଗପୁର, ଇଟିଭି ଭାରତ

ABOUT THE AUTHOR

...view details