ନବରଙ୍ଗପୁର: ପୁଣି ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ୫୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଲାଞ୍ଚ ନେଇ ଗିରଫ ହେଲେ ନବରଙ୍ଗପୁର ଜିଲ୍ଲା ଉମରକୋଟର ପ୍ରୋଗ୍ରାମ ଆସିଷ୍ଟାଣ୍ଟ ବୀରବଲ ସତନାମି । ଗତକାଲି(ଗୁରୁବାର) ଲାଞ୍ଚ ନେବା ବେଳେ ଗିରଫ କରିଥିଲା ଭିଜିଲାନ୍ସ ଟିମ ।
ସୂଚନାଅନୁସାରେ, ଉମରକୋଟ ବ୍ଲକ୍ ସାମାଜିକ ସୁରକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ପ୍ରୋଗ୍ରାମ ଆସିଷ୍ଟାଣ୍ଟ୍ ଭାବେ କାର୍ଯ୍ୟ କରୁଥିଲେ ବିରବଲ ସତନାମି । ତେବେ କୌଣସି ସୁତ୍ରରୁ ଖବରପାଇ ଜାତୀୟ ପରିବାର ମଙ୍ଗଳ ଯୋଜନାରେ ସରକାର ୨୦ ହଜାର ଟଙ୍କା ଦେଉଛନ୍ତି ବୋଲି ଜାଣିବା ପରେ ଜଣେ ହିତାଧିକାରୀ ଉମରକୋଟ ବ୍ଲକ କାର୍ଯ୍ୟାଳୟର ସମାଜ ମଙ୍ଗଳ କାର୍ଯ୍ୟାଳୟକୁ ଆବେଦନ ପାଇଁ ଆସିଥିଲେ । ୨୦ ହଜାର ଟଙ୍କା ଅନୁକମ୍ପା ରାଶି କରେଇଦେବା ପାଇଁ ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ହିତାଧିକାରୀ ରାଜି ହେବାପରେ ବୀରବଲ ଆବେଦନକୁ ପ୍ରୋସିଡ କରିଥିଲେ । ଏହାପରେ ଗତକାଲି(ଗୁରୁବାର) ଟଙ୍କା ନେଣଦେଣ ପାଇଁ ଦିନ ଧାର୍ଯ୍ୟ ହୋଇଥିଲା । ଏହସହ ଭିଜିଲାନ୍ସ ବିଭାଗକୁ ମଧ୍ୟ ଖବର ଦେଇଥିଲେ । ଗତକାଲି ଟଙ୍କା ନେଉଥିବା ବେଳେ ମାଡି ବସିଥିଲା ଭିଜିଲାନ୍ସ ଟିମ । ଏହାସହ ୫୦୦୦ ଟଙ୍କା ଜବତ କରିଛି । ବ୍ଲକ କାର୍ଯ୍ୟାଳୟ ଏବଂ ଅଧିକାରୀଙ୍କ ବାସଭବନ ଯାଞ୍ଚ କରିବା ପରେ ଗିରଫ କରିଥିବା ଜଣାପଡିଛି ।