ନବରଙ୍ଗପୁର:ଓଡିଶା ଗସ୍ତରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ। ରାୟଗଡାରୁ କୋରାପୁଟ ପରେ ଆଜି ନବରଙ୍ଗପୁରରେ ପହଞ୍ଚିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ। ନବରଙ୍ଗପୁର ରେଳ ମାନଚିତ୍ରରେ ଯୋଡିବା ପାଇଁ ସମ୍ଫୂର୍ଣ୍ଣ ପ୍ରୟାସ କରିବୁ କହିଲେ କେନ୍ଦ୍ର ରେଳମନ୍ତ୍ରୀ ।
ଆଜି କେନ୍ଦ୍ର ରେଳମନ୍ତ୍ରୀ ନବରଙ୍ଗପୁର ଜିଲ୍ଲା ସୀମାନ୍ତ ଇନ୍ଦ୍ରାବତୀ ପୋଲ ନିକଟରେ ପହଞ୍ଚିବା ପରେ ଉପସ୍ଥିତ ଥିବା ବିଜେପି କର୍ମୀ ମନ୍ତ୍ରୀଙ୍କୁ ସ୍ବାଗତ କରିଥିଲେ । ଏହା ସହିତ ମନ୍ତ୍ରୀଙ୍କୁ ଏକ ବାଇକ ରାଲିରେ ନବରଙ୍ଗପୁର ସହର ମଧ୍ୟରେ ପାଛୋଟି ନେଇଥିଲେ । ନବରଙ୍ଗପୁରର ଅଧିଷ୍ଠାତ୍ରୀ ବେଦୀ ମା ଭଣ୍ଡାର ଘରଣୀଙ୍କୁ ଦର୍ଶନ କରିଥିଲେ । ଏହାପରେ ସହର ମଧ୍ୟରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମନ୍ତ୍ରୀ ପୁଷ୍ପମାଲ୍ୟ ପରେ କର୍ମୀ ମାନେ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ସ୍ଥାନୀୟ ସର୍କିଟ ହାଉସ ଠାରେ ମନ୍ତ୍ରୀ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ ।
ନବରଙ୍ଗପୁରକୁ ରେଳଲାଇନକୁ ଯୋଡିବା ନେଇ କେନ୍ଦ୍ର ରେଳମନ୍ତ୍ରୀ ଗଣମାଧ୍ୟମକୁ କହିଛନ୍ତି ଯେ ନବରଙ୍ଗପୁର ଜିଲ୍ଲାକୁ ଦୀର୍ଘ ୭୦ ବର୍ଷରେ ହୋଇପାରିନାହିଁ ବର୍ତ୍ତମାନ ଏହି ରେଳ ଲାଇନ କରିବାରେ କୌଣସି ମଧ୍ୟ ଅବହେଳା କରାଯିବ ନାହିଁ । ନବରଙ୍ଗପୁରକୁ ରେଳଲାଇନ କରାଯିବା ପାଇଁ ସମ୍ପୂର୍ଣ୍ଣ ପ୍ରୟାସ କରିବୁ ବୋଲି କେନ୍ଦ୍ର ରେଳମନ୍ତ୍ରୀ କହିଛନ୍ତି । ଏହା ସହ ଜୟପୁର ରୁ ନବରଙ୍ଗପୁର ରେଳପଥ ଜିଲ୍ଲା ପ୍ରଶ।ସନ ସହ ସମୀକ୍ଷା ବୈଠକ ମଧ୍ୟ କରିଛନ୍ତି ।