ନବରଙ୍ଗପୁର: କେନ୍ଦ୍ର କୃଷି ଓ କୃଷକ ସଶକ୍ତିକରଣ ବିଭାଗ ରାଷ୍ଟ୍ରମନ୍ତ୍ରୀ ଶୋଭା କରନ୍ଦାଲାଜେ ନବରରଙ୍ଗପୁର ଜିଲ୍ଲା ଗସ୍ତ କରି ବିଭିନ୍ନ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରିଛନ୍ତି । ମନ୍ତ୍ରୀ କରନ୍ଦାଲାଜେ ଜିଲ୍ଲାର ଉମରକୋଟ ଠାରେ ପହଞ୍ଚିବା ପରେ ତାଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଏହାପରେ ମନ୍ତ୍ରୀ ପୂଜାରିଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରି ସେଠାରେ ଜାତୀୟ ସ୍ଵାସ୍ଥ୍ୟ ମିଶନ ଓ ଆୟୁଷ୍ମାନ ଭାରତ ଯୋଜନାର କାର୍ଯ୍ୟ ତଦରାଖ କରି ଖୁସି ପ୍ରକଟ କରିଥିଲେ ।
ପରେ ବାଟି ବେଡ଼ା ଠାରେ ମନରେଗା ଯୋଜନାରେ ନିର୍ମିତ ଏକ ପୋଖରୀ ନିର୍ମାଣ କାର୍ଯ୍ୟ ଦେଖିଲେ । ସେହି ଠାରେ ମହିଳାମାନେ ଉକ୍ତ ପୋଖରୀ ଖନନ କାର୍ଯ୍ୟରେ ଶ୍ରମିକ ପରିବର୍ତ୍ତେ ମେସିନରେ କାର୍ଯ୍ୟ ହୋଇଥିବା ଅଭିଯୋଗ କରିଥିଲେ । ଉମରକୋଟ ଠାରେ ୱାଟର ଟ୍ରିଟମେଣ୍ଟ ପ୍ଳାଣ୍ଟ କାର୍ଯ୍ୟ ଅତି ମନ୍ଥର ଗତିରେ ଚାଲୁଛି । ୨୦୧୯ରେ କାର୍ଯ୍ୟକ୍ଷମ ହେବାକୁ ଥିବା ପ୍ରକଳ୍ପ ଆଜି ପର୍ଯ୍ୟନ୍ତ ନିର୍ମାଣଧିନ ରହିଥିବା ଯୋଗୁଁ ଯନ୍ତ୍ରୀଙ୍କୁ ତୁରନ୍ତ କାର୍ଯ୍ୟ ସାରିବାକୁ ନିର୍ଦ୍ଦେଶ ଦେଇଥିଲେ ।