ଓଡିଶା

odisha

By

Published : Jun 24, 2023, 2:16 PM IST

ETV Bharat / state

କେନ୍ଦ୍ରୀୟ ଯୋଜନାରେ ଦୁର୍ନୀତି ନେଇ ବର୍ଷିଲେ କେନ୍ଦ୍ରମନ୍ତ୍ରୀ: କହିଲେ ଏହାର ତଦନ୍ତ ହେବ

ଓଡ଼ିଶାରେ କେନ୍ଦ୍ରୀୟ ଯୋଜନାରେ ଦୁର୍ନୀତି ନେଇ ବର୍ଷିଲେ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ । ଏହାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜଣାଇଲେ । ଅଧିକ ପଢନ୍ତୁ

କେନ୍ଦ୍ରୀୟ ଯୋଜନାରେ ଦୁର୍ନୀତି ନେଇ ବର୍ଷିଲେ କେନ୍ଦ୍ରମନ୍ତ୍ରୀ
କେନ୍ଦ୍ରୀୟ ଯୋଜନାରେ ଦୁର୍ନୀତି ନେଇ ବର୍ଷିଲେ କେନ୍ଦ୍ରମନ୍ତ୍ରୀ

ରାଜ୍ୟ ସରକାରଙ୍କୁ ଗିରିରାଜ ସିଂହଙ୍କ ଟାର୍ଗେଟ

ନବରଙ୍ଗପୁର: ଓଡ଼ିଶାରେ କେନ୍ଦ୍ରୀୟ ଯୋଜନାରୁ ଦୁର୍ନୀତିର ଭୟଙ୍କର ଗନ୍ଧ ଆସୁଛି । ବିଶେଷକରି ମନରେଗା କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ଦେଖାଯାଉଛି । ବିଜେଡି ସରକାର ଭାରତ ସରକାରଙ୍କ ଯୋଜନାରେ ନିଜର ଷ୍ଟିକର ମାରି ବାଃ ବାଃ ନେଉଛନ୍ତି । ଆବାସ ଯୋଜନା ହେଉ ଅବା ମନରେଗା କିମ୍ବା ଅନ୍ୟାନ୍ୟ କେନ୍ଦ୍ରୀୟ ଯୋଜନାରେ ହେଉଥିବା ଏଭଳି ଭ୍ରଷ୍ଟାଚାରର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯିବ । ନବରଙ୍ଗପୁର ଜିଲ୍ଲା ଗସ୍ତର ଦ୍ବିତୀୟ ଦିନରେ ଓଡ଼ିଶା ସରକାରଙ୍କୁ ଟାର୍ଗେଟ କରି ଏପରି କହିଛନ୍ତି କେନ୍ଦ୍ର ଗ୍ରାମୀଣ ବିକାଶ ଓ ପଞ୍ଚାୟତରାଜ ମନ୍ତ୍ରୀ ଗିରିରାଜ ସିଂହ ।

କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ ନବରଙ୍ଗପୁର ଗସ୍ତର ଦ୍ବିତୀୟ ଦିନରେ ଜିଲ୍ଲା ବିଜେପି ପକ୍ଷରୁ ଅନୁଷ୍ଠିତ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ବଳିଦାନ ଦିବସ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଭାରତୀୟ ଜନସଂଘର ପ୍ରତିଷ୍ଠାତା ଡଃ ଶ୍ୟାମ ପ୍ରସାଦ ମୁଖାର୍ଜୀଙ୍କ ଫଟୋଚିତ୍ରରେ ଶ୍ରଦ୍ଧାସୁମନ ଅର୍ପଣ କରି ତାଙ୍କର ତ୍ୟାଗପୂତ ଜୀବନ ଆଦର୍ଶ ଓ ଦେଶମାତୃକା ପାଇଁ ବଳିଦାନ ସମ୍ପର୍କରେ ଅଭିଭାଷଣ ରଖିଥିଲେ । ଭାରତବର୍ଷର ସେବାରେ ନିଜକୁ ଉତ୍ସର୍ଗ କରିବା ପାଇଁ ସେ ଦଳୀୟ କର୍ମକର୍ତ୍ତାଙ୍କୁ ଆହ୍ବାନ କରିଥିଲେ ।

ଏହାପରେ କେନ୍ଦ୍ରମନ୍ତ୍ରୀ ସିଂ ସ୍ଥାନୀୟ କଲ୍ୟାଣ ମଣ୍ଡପ ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ଲାଭାର୍ଥୀ ଭାବ ବିନିମୟ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏଠାରେ ସେ ବିଭିନ୍ନ କେନ୍ଦ୍ରୀୟ ଯୋଜନା ପ୍ରଧାନମନ୍ତ୍ରୀ ଆବାସ, ସ୍ବଚ୍ଛ ଭାରତ, ଉଜ୍ଜ୍ଵଳା ଯୋଜନା, ସୌଭାଗ୍ୟ ଯୋଜନା, ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା, ହର ଘର ଜଲ ଭଳି ଯୋଜନାର ଲାଭାର୍ଥୀଙ୍କ ସହ ଆଲୋଚନା କରିଥିଲେ । ଏହି ସମୟରେ ସେ ପାଟନା ଠାରେ ବସିଥିବା ବିରୋଧି ବୈଠକକୁ ଫଟୋ ସେସନ କହି ସମାଲୋଚନା କରିଥିଲେ ।

ଏହାମଧ୍ୟ ପଢନ୍ତୁ: ଅଧିକାରୀଙ୍କଠୁ ସନ୍ତୋଷଜନକ ଉତ୍ତର ନପାଇ ବିଗିଡିଲେ କେନ୍ଦ୍ରମନ୍ତ୍ରୀ

କେନ୍ଦ୍ର ପଞ୍ଚାୟତରାଜ ମନ୍ତ୍ରୀ ଅମିତ ଶାହଙ୍କ ମନ୍ତବ୍ୟକୁ ଦୋହରାଇ କହିଥିଲେ ଯେ, ପାଟନାରେ ବିରୋଧିଙ୍କ ବୈଠକ କେବଳ ଫଟୋ ସେସନ ଥିଲା । ଏଥିରେ ଲାଲୁ ଯାଦବ କାହାକୁ ଲିଟି ଖୁଆଇଥିଲେ ତ ପୁଣି ରାହୁଲ ଗାନ୍ଧୀଙ୍କୁ ବିବାହ କରିବାକୁ ପରାମର୍ଶ ଦେଇଥିଲେ । ନୀତିଶ କୁମାର ପ୍ରଧାନମନ୍ତ୍ରୀ ହେବାର ସୁନେଲୀ ସ୍ବପ୍ନ ଦେଖୁଛନ୍ତି । ସମସ୍ତେ ନିଜ ନିଜର ଏଜେଣ୍ଡା ଚଳାଉଛନ୍ତି । ଏସବୁ ସହ ଭାରତୀୟ ଜନତା ପାର୍ଟି ଏକା ଲଢି ଆସିଛି । ନରେନ୍ଦ୍ର ମୋଦି ପୁରା ବିଶ୍ବରେ ଭାରତର ନାଁ ଉଚ୍ଚ କରିଛନ୍ତି ।

ଇଟିଭି ଭାରତ, ନବରଙ୍ଗପୁର

ABOUT THE AUTHOR

...view details