ନବରଙ୍ଗପୁର:କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସୌଜନ୍ୟ ମୂଳକ ସାକ୍ଷାତ କରିଛନ୍ତି ପ୍ରଥମ ଓଡ଼ିଆ କ୍ଷୁଦ୍ରଗ୍ରହ ଆବିଷ୍କାରକ ନବରଙ୍ଗପୁରର ଝିଅ ବନିତା ଦାସ । ନୂଆଦିଲ୍ଲୀ ସ୍ଥିତ ବାସଭବନରେ ସାକ୍ଷାତ କରିଛନ୍ତି ବନିତା ।
ସଂପ୍ରତି ନୂଆଦିଲ୍ଲୀର ଡିଆରଡିଓ ତଥା ବିଭିନ୍ନ ଗବେଷଣା ସଂସ୍ଥାର ପରିଭ୍ରମଣ ପାଇଁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ବିଜ୍ଞାନ ପରାମର୍ଶଦାତାଙ୍କ ଆମନ୍ତ୍ରଣ କ୍ରମେ ବନିତା ନୂଆଦିଲ୍ଲୀ ଯାତ୍ରା କରିଛନ୍ତି ।