ଓଡିଶା

odisha

ETV Bharat / state

ମୌଳିକ ସୁବିଧାର ଅଭାବ: ଗ୍ରାମବାସୀଙ୍କ ଭୋଟ ବର୍ଜନ - bdo

ମୌଳିକ ସୁବିଧାରୁ ବଞ୍ଚିତ ଥିବା ଅଭିଯୋଗ କରି ନବରଙ୍ଗପୁର ଜିଲ୍ଲାର ନନ୍ଦାହାଣ୍ଡି ବ୍ଲକ ଦହଣା ପଞ୍ଚାୟତ ଅଧିନସ୍ଥ ପଖନାଗୁଡା ଗ୍ରାମର ଗ୍ରାମବାସୀ ଭୋଟ ବର୍ଜନ କରିଛନ୍ତି। ଗାଁକୁ ଭଲ ରାସ୍ତା ନଥିବା ସହ ଗ୍ରାମବାସୀ ଉପଯୁକ୍ତ ସ୍ବାସ୍ଥ୍ୟ ସେବାରୁ ବଞ୍ଚିତ ହେବା ଏବଂ ଗ୍ରାମରେ ପାନୀୟ ଜଳ ଅଭାବ ଭଳି ମୌଳିକ ସମସ୍ୟାର ସମ୍ମୁଖୀନ ହେଉଥିବା ନେଇ କହିଛନ୍ତି  ଏଠାକାର ବାସିନ୍ଦା।

ଫଟୋ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର

By

Published : Apr 11, 2019, 1:00 PM IST


ନବରଙ୍ଗପୁର: 2019 ସାଧାରଣ ନିର୍ବାଚନର ଆଜି ହେଉଛି ପ୍ରଥମ ପର୍ଯ୍ୟାୟ ମତଦାନ । ଏଥିପାଇଁ ସମଗ୍ର ଦେଶରେ ଚାଲିଛି ଭୋଟଗ୍ରହଣ । ଗଣତନ୍ତ୍ରର ଏହି ମହାନ ପର୍ବରେ ଦେଶର ସଚେତନ ନାଗରିକ ନିଜର ବହୁମୂଲ୍ୟ ମତାମତ ସାବ୍ୟସ୍ତ କରିବା ପାଇଁ କରିବା ପାଇଁ ମତଦାନ କେନ୍ଦ୍ରରେ ପହଞ୍ଚୁଛନ୍ତି । ଭୋଟ ଦେବା ପାଇଁ ଗାଁ ଠାରୁ ଆରମ୍ଭ କରି ସହର ହୋଇଉଠିଛି ଚଳଚଞ୍ଚଳ ।

ମାତ୍ର ଆଦିବାସୀ ଅଧ୍ୟୁଷିତ ନବରଙ୍ଗପୁରରେ ଦେଖିବାକୁ ମିଳିଛି ଏହାର ବ୍ୟତିକ୍ରମ । ମୌଳିକ ସୁବିଧାରୁ ବଞ୍ଚିତ ଥିବା ଅଭିଯୋଗ କରି ଜିଲ୍ଲାର ନନ୍ଦାହାଣ୍ଡି ବ୍ଲକ ଦହଣା ପଞ୍ଚାୟତ ଅଧିନସ୍ଥ ପଖନାଗୁଡା ଗ୍ରାମର ଗ୍ରାମବାସୀ ଭୋଟ ବର୍ଜନ କରିଛନ୍ତି। ଗାଁକୁ ଭଲ ରାସ୍ତା ନଥିବା ସହ ଗ୍ରାମବାସୀ ଉପଯୁକ୍ତ ସ୍ବାସ୍ଥ୍ୟ ସେବାରୁ ବଞ୍ଚିତ ହେବା ଏବଂ ଗ୍ରାମରେ ପାନୀୟ ଜଳ ଅଭାବ ଭଳି ମୌଳିକ ସମସ୍ୟାର ସମ୍ମୁଖୀନ ହେଉଥିବା ନେଇ କହିଛନ୍ତି ଏଠାକାର ବାସିନ୍ଦା।

ଗ୍ରାମରେ ଅବସ୍ଥିତ ଥିବା ଅଙ୍ଗନବାଡିର ଗୃହ ବିପଦ ଜନକ ଅବସ୍ଥାରେ ଥିଲେ ମଧ୍ୟ ଅନେକ ଗୁହାରି ପରେ ମଧ୍ୟ ନୂତନ ଗୃହ ନିର୍ମାଣ ହୋଇନାହିଁ। ସେହିପରି ଏସଇସିସି ଲିଷ୍ଟରେ ଗ୍ରାମବାସୀଙ୍କ କାହାର ମଧ୍ୟ ନାଁ ନଥିବା ଅଭିଯୋଗ କରି ନିର୍ବାଚନ ବର୍ଜନ କରିଛନ୍ତି ଗ୍ରାମବାସୀ। ଗାଁର ସମସ୍ୟା ନେଇ ନେତାଙ୍କ ଠାରୁ ଆରମ୍ଭ କରି ଅଫିସର ପର୍ଯ୍ୟନ୍ତ ସମସ୍ତଙ୍କ ନିକଟରେ ଗୁହାରୀ କରିଥିଲେ ମଧ୍ୟ ସମସ୍ୟାର ସମାଧାନ ନେଇ ପ୍ରତିଶ୍ରୃତି ମିଳୁଛି ସତ । ହେଲେ ଏହା କାର୍ଯ୍ୟକାରୀ ହେଉନାହିଁ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର

ବାରମ୍ବାର ପ୍ରତାରଣର ଶିକାର ହେଉଥିବା ଅଭିଯୋଗରେ ଗ୍ରାମବାସୀ ଭୋଟ ବର୍ଜନ କରିଥିବା ଜଣାପଡିଛି । ଏହି ଗ୍ରାମରେ ୩୮୮ ଭୋଟର ଅଛନ୍ତି । ନିଜ ଗାଁର କ'ଣ ସମସ୍ୟା ରହିଛି ସେ ସମ୍ପର୍କିତ ପୋଷ୍ଟର ମାରିଛନ୍ତି ଗ୍ରାମବାସୀ । ଏପରିକି ଗ୍ରାମର ଭୋଟଦାନ କେନ୍ଦ୍ର ନିକଟରେ ମଧ୍ୟ ପୋଷ୍ଟର ମରାଯାଇଛି । ନନ୍ଦାହାଣ୍ଡି ବିଡ଼ିଓ ବାରମ୍ବାର ଆସି ମତଦାନ କରିବା ପାଇଁ ଲୋକଙ୍କୁ ବୁଝାସୁଝା କରିବା ସହ ଅନୁରୋଧ ମଧ୍ୟ କରିଛନ୍ତି । କେହି ହେଲେ ମଧ୍ୟ ତାଙ୍କର କଥାକୁ ଶୁଣିବାକୁ ନାରାଜ । ଯେ ପର୍ଯ୍ୟନ୍ତ ଏନେଇ କୌଣସି ଲିଖିତ ପ୍ରତିଶ୍ରୃତି ନ ମିଳିଛି ସେ ପର୍ଯ୍ୟନ୍ତ ଭୋଟ ଦେବୁ ନାହିଁ ବୋଲି ରୋକଠୋକ ଜଣାଇ ଦେଇଛନ୍ତି ଗ୍ରାମବାସୀ ।

ନବରଙ୍ଗପୁରରୁ ତପନ ବିଷୋୟୀ, ଈଟିଭି ଭାରତ

ABOUT THE AUTHOR

...view details