ଓଡିଶା

odisha

ETV Bharat / state

କୋଦାଳ ଧରି ରାସ୍ତା ସମତୁଲ କଲେ ବିଧାୟକ - ବଦଳି ନାହାନ୍ତି  ନିତ୍ୟାନନ୍ଦ ଗଣ୍ଡ

କେତେବେଳେ ମକା ଧାନ ବିଲରେ ପସି କୀଟନାଶକ ମାରୁଛନ୍ତି ତ କେତେବେଳେ କୋଦାଳ ଧରି ରାସ୍ତା ସମତୁଲ କରୁଛନ୍ତି । ଅସୁବିଧା ଦେଖିଲେ କାହାକୁ ଅପେକ୍ଷା ନ କରି ନିଜ ହାତରେ ସମସ୍ୟାର ସମାଧାନ କରୁଛନ୍ତି ଉମରକୋଟର ଚର୍ଚ୍ଚିତ ବିଧାୟକ ନିତ୍ୟାନନ୍ଦ ଗଣ୍ଡ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର

By

Published : Sep 4, 2019, 1:45 PM IST

ନବରଙ୍ଗପୁର: ବିଧାୟକ ପଦ ପାଇବା ପରେ ବି ବଦଳି ନାହାନ୍ତି ନିତ୍ୟାନନ୍ଦ ଗଣ୍ଡ । ହାତରେ କୋଦାଳ ଧରି ରାସ୍ତାକୁ ଓହ୍ଲାଇଛନ୍ତି ଉମରକୋଟ ବିଧାୟକ । ନିଜ ନିର୍ବାଚନ ମଣ୍ଡଳୀର ଖାଲ ଢିପ ରାସ୍ତାକୁ ସମତୁଲ କରିଛନ୍ତି । ତାଙ୍କର ଏଭଳି କାର୍ଯ୍ୟଶୈଳୀ ଯୋଗୁଁ ସେ ସବୁବେଳେ ଚର୍ଚ୍ଚାର ପରିସରରେ ରହିଆସିଥିବାବେଳେ ପୁଣି ଥରେ ପ୍ରଶଂସାଯୋଗ୍ୟ ହୋଇପାରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର

ନିତ୍ୟାନନ୍ଦଙ୍କ ଉମରକୋଟ ସ୍ଥିତ ବାସଭବନକୁ ଯିବାକୁ ଥିବା ରାସ୍ତା ଦୀର୍ଘଦିନ ହେବ ମରାମତି ହୋଇନଥିଲା । ଫଳରେ ସ୍ଥାନେ ସ୍ଥାନେ କୃତ୍ରିମ ପୋଖରୀ ସୃଷ୍ଟି ହେବା ସହ ଯାତାୟତରେ ସମସ୍ୟା ଉପୁଜିଥିଲା । ତେବେ ଏହା ବିଧାୟକଙ୍କ ନଜରକୁ ଆସିବା ପରେ କାହାକୁ ଅପେକ୍ଷା ନ କରି ନିଜ ଅଞ୍ଚଳର ରାସ୍ତା ନିଜେ ସୁଧାରିବାକୁ ଅଣ୍ଟା ଭିଡିଥିଲେ । ଆଉ ବିଧାୟକଙ୍କ ଏଭଳି କାମ ଦେଖି ଆଗେଇ ଆସିଥିଲେ କିଛି ଗ୍ରାମବାସୀ ।

ଘରୁ ଏକ କୋଦାଳ ଆଣି ମାଟିକୁ ହାଣିଲେ ବିଧାୟକ । ଆଉ ଅଧା କାର୍ଯ୍ୟ ହୋଇଥିବା ରାସ୍ତାର ବଳକା ବୋଜୁରୀ ପିଚୁକୁ ଆଣି ମିଶ୍ରଣ ପାଣି ଜମି ଥିବା ସ୍ଥାନଗୁଡିକୁ ପୋତି ରାସ୍ତାକୁ ସମତୁଲ କରିବା ଆରମ୍ଭ କରିଥିଲେ । ପୂର୍ବରୁ ମକା ଧାନରେ ପସି କୀଟନାଶକକୁ ମାରିଥିଲେ ବିଧାୟକ ନିତ୍ୟାନନ୍ଦ । ଆଉ ଆଜି ହାତରେ କୋଦାଳ ଧରି ରାସ୍ତା ମରାମତି କରିଛନ୍ତି । ତେବେ ବିଧାୟକ ପଦ ପାଇବା ପରେ ତାଙ୍କ ନିକଟରେ ଅହଂ ଭାବ ଦେଖିବାକୁ ମିଳିନଥିବା ବେଳେ ତାଙ୍କର କାର୍ଯ୍ୟଶୈଳୀ ସାଧାରଣରେ ପ୍ରଶଂସନୀୟ ହୋଇପାରିଛି ।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

ABOUT THE AUTHOR

...view details