ନବରଙ୍ଗପୁର:ଉମରକୋଟ ଉପକାରାଗାର ପରିଦର୍ଶନ କଲେ ଜେଲ ବିଭାଗ ଡିଜି । ଜେଲର ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରିଥିଲେ । ଭାଙ୍ଗୀ ଯାଇଥିବା ବିଲ୍ଡିଂର ପୂର୍ତ୍ତ ବିଭାଗକୁ ଦ୍ବାରା ମରାମତି କରାଯିବ ବୋଲି କହିଛନ୍ତି ।
ଜେଲ ବିଭାଗ ଡିଜି ସନ୍ତୋଷ ଉପାଧ୍ୟାୟ ଉମରକୋଟ ଉପକାରାଗାରକୁ ଅଚାନକ ପରଦର୍ଶନରେ କରିଛନ୍ତି । 1997ମସିହାରେ ତିଆରି ହୋଇଥିବା ଏହି ଉପ କାରାଗାରର ବିଲ୍ଡିଂ ଟି ବିଭିନ୍ନ ସ୍ଥାନର ଭାଙ୍ଗି ରୁଜି ଯାଇଥିବା ଦେଖିଥିଲେ । ମୁଖ୍ୟ କାର୍ଯ୍ୟାଳୟକୁ ଯିବା ପରେ କେତେ ଫଣ୍ଡ୍ ଦେଇ ହେବେ ପୂର୍ତ୍ତ ବିଭାଗକୁ ଦେଇ ମରାମତି କରାଯିବ ବୋଲି କହିଥିଲେ । ଉମରକୋଟ ଉପକାରାଗାରରେ ମୋଟ 124 ଜଣ ଅନ୍ତେବାସୀ ରହିବ ପାଇଁ ବ୍ୟବସ୍ଥା ରହିଥିବା ବେଳେ ବର୍ତ୍ତମାନ ଏଠାରେ 141 ଜଣ ଅନ୍ତେବାସୀ ରହୁଛନ୍ତି । ଅଧିକ ୱାର୍ଡର ଆବଶ୍ୟକତା ଥିବା ଯୋଗୁଁ 50 ରୁ100 ଅନ୍ତେବାସୀ ରହିବା ଭଳି ୱାର୍ଡ ତିଆରି କରାଯିବ ।