ନବରଙ୍ଗପୁର:ଉମରକୋଟ ମଙ୍ଗଳ ବିଭାଗ ବାଳିକା ଉଚ୍ଚ ବିଦ୍ୟାଳୟର ଶିକ୍ଷୟତ୍ରୀଙ୍କ ଆତ୍ମହତ୍ୟା । ଝୁଲନ୍ତା ଅବସ୍ଥାରେ ଘର ଭିତରୁ ମୃତଦେହ ଉଦ୍ଧାର । ମୃତ ଶିକ୍ଷୟତ୍ରୀ ହେଉଛନ୍ତି ତନୁଜା ବିଶ୍ୱାସ । ସେ ମଙ୍ଗଳ ବିଭାଗ ବାଳିକା ଉଚ୍ଚ ବିଦ୍ୟାଳୟରେ କ୍ରୀଡା ଶିକ୍ଷୟତ୍ରୀ ଭାବେ କାର୍ଯ୍ୟରତ ଥିଲେ ।
କ୍ରୀଡା ଶିକ୍ଷୟତ୍ରୀଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ - ଉମରକୋଟରେ କ୍ରୀଡା ଶିକ୍ଷୟତ୍ରୀଙ୍କ ଆତ୍ମହତ୍ୟା
ଉମରକୋଟ ମଙ୍ଗଳ ବିଭାଗ ବାଳିକା ଉଚ୍ଚ ବିଦ୍ୟାଳୟର କ୍ରୀଡା ଶିକ୍ଷୟତ୍ରୀ ତନୁଜା ବିଶ୍ବାସଙ୍କ ଆତ୍ମହତ୍ୟା । ଝୁଲନ୍ତା ଅବସ୍ଥାରେ ମିଳିଲା ମୃତଦେହ । ଅଧିକ ପଢନ୍ତୁ
ସୂଚନାଅନୁଯାୟୀ, ଗତ ଶନିବାର ରାତିରେ ଶିକ୍ଷୟତ୍ରୀ ଜଣଙ୍କ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ । ଏନେଇ ଖବର ପାଇଁ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲା । ତେବେ ସୋସିଆଲ ମିଡିଆରେ ଭିଡ଼ିଓ ପୋଷ୍ଟ କରି ଖୁବ ଚର୍ଚ୍ଚାରେ ରହୁଥିଲେ ତନୁଜା । ତେବେ କାରଣକୁ କେନ୍ଦ୍ର କରି ସେ ଆତ୍ମହତ୍ୟା କଲେ ସେନେଇ କିଛି ସ୍ପଷ୍ଟ ସୂଚନା ମିଳିପାରିନାହିଁ । ମୃତଦେହ ନିକଟରୁ ଏକ ସୁଇସାଇଡ ନୋଟ ଓ ମୋବାଇଲ ଫୋନ ଜବତ କରିଛି ଉମରକୋଟ ପୋଲିସ । ସୁଇସାଇଡ ନୋଟରେ ମୋର ମୃତ୍ୟୁ ପାଇଁ କେହି ଦାୟୀ ନୁହଁନ୍ତି ଓ ଏହି ଘଟଣାର ତଦନ୍ତ ଆଗକୁ ନବଢାଇବା ପାଇଁ ସୁଇସାଇଡ ନୋଟରେ ଲେଖିଛନ୍ତି ମୃତ ତନୁଜା ।
ତେବେ ସୁଇସାଇଡ ନୋଟରେ ଏମିତି କାହିଁକି ଲେଖିଲେ ତନୁଜା, କଣ ରହିଛି ଏହା ପଛରେ କାରଣ, ପାରିବାରିକ କଳହ ନା ପ୍ରେମ, ମୃତ୍ୟୁର କାରଣକୁ କାହିଁକି ଲୁଚେଇ ରଖିବାକୁ ଚାହିଁଛନ୍ତି ତନୁଜା । ଏହାକୁ ନେଇ ପୋଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ଆତ୍ମହତ୍ୟା ପୂର୍ବରୁ କାହା ସହ ତନୁଜା କଥା ହୋଇଥିଲେ ମୋବାଇଲର CDR ରିପୋର୍ଟ ଆସିବା ପରେ ତାହା ଜଣାପଡିବ । ବର୍ତ୍ତମାନ ଘଟଣାର ତଦନ୍ତ ଜାରି ରହିଥିବା ବେଳେ ଉମରକୋଟ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି ।