ଓଡିଶା

odisha

ETV Bharat / state

କୋଡ଼ିଙ୍ଗାରେ ବାଲି ଚୋରା ଚାଲାଣ, ୨ ଟିପର ବାଲି ଗାଡି ଜବତ

ନବରଙ୍ଗପୁର ଜିଲ୍ଲାର କୋଡ଼ିଙ୍ଗା ତହସିଲ ଅଞ୍ଚଳରେ ବାଲି ଚୋରା ଚାଲାଣ ଦିନକୁ ଦିନ ବଢିବାରେ ଲାଗିଛି । ଟିପର ଟିପର ବାଲି ବାହାର ଜିଲ୍ଲା ଓ ରାଜ୍ୟକୁ ଚାଲାଣ ଲାଗିଛି । ଅଧିକ ପଢନ୍ତୁ

By

Published : May 11, 2022, 9:09 AM IST

କୋଡ଼ିଙ୍ଗାରେ ବାଲି ଚୋରା ଚାଲାଣ; ୨ ଟିପର ବାଲି ଗାଡି ଜବତ
କୋଡ଼ିଙ୍ଗାରେ ବାଲି ଚୋରା ଚାଲାଣ; ୨ ଟିପର ବାଲି ଗାଡି ଜବତ

ନବରଙ୍ଗପୁର :ଜିଲ୍ଲାର କୋଡ଼ିଙ୍ଗା ତହସିଲ ଅଞ୍ଚଳରେ ବାଲି ଚୋରା ଚାଲାଣ ଦିନକୁ ଦିନ ବଢିବାରେ ଲାଗିଛି । ଟିପର ଟିପର ବାଲି ବାହାର ଜିଲ୍ଲା ଓ ରାଜ୍ୟକୁ ଚାଲାଣ ଲାଗିଛି । ବାରମ୍ବାର ଏନେଇ ଅଭିଯୋଗ ହେବା ପରେ ସ୍ଥାନୀୟ ପ୍ରଶାସନ ଏବେ ଆକ୍ସନ ମୁଡକୁ ଆସିଛି ।

କୋଡ଼ିଙ୍ଗାରେ ବାଲି ଚୋରା ଚାଲାଣ; ୨ ଟିପର ବାଲି ଗାଡି ଜବତ

ସୂଚନା ଅନୁଯାୟୀ ମଙ୍ଗଳବାର ଦୁରାଗାଁ ନଦୀ ଘାଟରୁ ଦୁଇ ଟିପର ବାଲି କୋରାପୁଟକୁ ଚାଲାଣ ହେଉଥିଲା । କୋଡ଼ିଙ୍ଗା ଗାଁ ଦେଇ ଯିବା ସମୟରେ ସେହି ୨ ଟିପର ଗାଡିକୁ ଅଟକାଇ ଥିଲେ କୋଡ଼ିଙ୍ଗା ଅତିରିକ୍ତ ତହସିଲଦାର ସବ୍ୟସାଚୀ ଜେନା । ତେବେ ସମସ୍ତ କାଗଜପତ୍ରର ଯାଞ୍ଚ ପରେ ଦୁଇଟି ଟିପରକୁ ଛାଡ଼ି ଦେଇଥିବା କୋଡ଼ିଙ୍ଗା ତହସିଲଦାର ଶିବ ପ୍ରସାଦ ପଟ୍ଟନାୟକ ସୂଚନା ଦେଇଛନ୍ତି ।

କୋଷାଗୁମୁଡ଼ା ବ୍ଲକର ବିଭିନ୍ନ ନଦୀରୁ ଏଭଳି ଭାବେ ପ୍ରତିଦିନ ଶହ ଶହ ଟିପରରେ ବାଲି ଚୋରାରେ ଚାଲାଣ ହେଉଥିବା ସହ ବିଭିନ୍ନ ସ୍ଥାନରେ ବାଲି ଗଚ୍ଛିତ କରି ରଖିଥିବା ଅଭିଯୋଗ ହୋଇ ଆସୁଛି । ବିନା କାଗଜ ପତ୍ରରେ ଗଳା ବାଟଦେଇ ପ୍ରତିଦିନ ବାଲି ଚାଲାଣ ହେଉଛି । ଗୋଟିଏ ଗାଡିର ରୋୟଲଟି କାଟି ଅନେକ ଟ୍ରିପ ଗାଡି ବାଲି ବେନିୟମ ଭାବେ ଚାଲାଣ ହେଉଛି ।

ମଝିରେ ମଝିରେ କୋଡ଼ିଙ୍ଗା ତହସିଲ ପକ୍ଷରୁ ଗାଡି ଗୁଡିକ ଜବତ କରିବା ସହ ଫାଇନ ମଧ୍ୟ ଆଦାୟ କରାଯାଉଥିବା ବେଳେ ବାଲି ମାଫିଆ ମାନେ ଏବେ ମଧ୍ୟ ଦିନରାତି ବେନିୟମ ଭାବେ ଚାଲାଣ କରୁଛନ୍ତି । ଏଣୁ ଜିଲ୍ଲା ପ୍ରଶାସନ ଏଥିପ୍ରତି କଠୋର ପଦକ୍ଷେପ ଗ୍ରହଣ କରିବା ପାଇଁ ସାଧାରଣରେ ଦାବି ହେଉଛି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ABOUT THE AUTHOR

...view details