ନବରଙ୍ଗପୁର: ଜିଲ୍ଲାରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ଆତ୍ମହତ୍ୟା ଘଟଣା । ଗୁରୁବାର ଗୋଟିଏ ଦିନରେ ଦୁଇଟି ସ୍ଥାନରୁ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି ରାଇଘର ପୋଲିସ । ନବରଙ୍ଗପୁର ଜିଲ୍ଲା ରାଇଘର ଥାନା ଅନ୍ତର୍ଗତ ପାରୁଆ ଗ୍ରାମର କେତୁରାମ ଗଣ୍ଡ ଓ ପାଟଚୁଆ ଗ୍ରାମର ରାମଚନ୍ଦ୍ର ଗଣ୍ଡ ବୋଲି ଜଣାପଡ଼ିଛି ।
ସୂଚନା ଅନୁଯାୟୀ କେତୁରାମ ଗଣ୍ଡ ପାରିବାରିକ କଳହକୁ ନେଇ ଅତ୍ୟଧିକ ମଦ୍ୟପାନ କରି ମାନସିକ ଭାରସାମ୍ୟ ହରାଇ ନିଜ ଘର ବାରଣ୍ଡାରେ ବେକରେ ଦୌଡ଼ି ଦେଇ ଆତ୍ମହତ୍ୟା କରିଛନ୍ତି । ସେହିପରି ରାମଚନ୍ଦ୍ର ଗଣ୍ଡ ଗତ ୬ ମାସରୁ ମାନସିକରୋଗରେ ପୀଡିତ ଥିବାସହ ହଠାତ ଘରେ କେହି ନଥିବା ସୁଯୋଗ ନେଇ ଦୌଡ଼ି ଦେଇ ଆତ୍ମହତ୍ୟା କରିଛନ୍ତି ।