ଓଡିଶା

odisha

ପ୍ରେମୀଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଅନ୍ତର୍ଗତ ଯବାଗୁଡ଼ା ଗ୍ରାମରେ ଏକ ଗଛରୁ ଯୁବକ ଓ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ପାରିପାର୍ଶ୍ବିକ ସ୍ଥିତି ଏବଂ ଦୁଇ ଜଣ ସମ୍ପର୍କୀୟ ହୋଇଥିବା ଯୋଗୁଁ ଏହା ପ୍ରେମୀଯୁଗଳ ଆତ୍ମହତ୍ୟା କରିଥିବା ଅନୁମାନ କରିଛନ୍ତି ସ୍ଥାନୀୟ ବାସିନ୍ଦା । ଅଧିକ ପଢନ୍ତୁ

By

Published : Jun 29, 2022, 4:08 PM IST

Published : Jun 29, 2022, 4:08 PM IST

Two Died Body Found In Nabarangpur
ପ୍ରେମୀଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ନବରଙ୍ଗପୁର:ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଅନ୍ତର୍ଗତ ଯବାଗୁଡ଼ା ଗ୍ରାମରେ ଏକ ଗଛରୁ ଯୁବକ ଓ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ପାରିପାର୍ଶିକ ସ୍ଥିତି ଏବଂ ଦୁଇ ଜଣ ସମ୍ପର୍କୀୟ ହୋଇଥିବା ଯୋଗୁଁ ଏହା ପ୍ରେମୀଯୁଗଳ ଆତ୍ମହତ୍ୟା କରିଥିବା ଅନୁମାନ କରିଛନ୍ତି ସ୍ଥାନୀୟ ବାସିନ୍ଦ। । ତେଣୁ ମୃତ ଦୁଇ ଜଣ ସମ୍ପର୍କୀୟ ହୋଇଥିବାରୁ ଦୁହିଁଙ୍କ ପ୍ରେମକୁ କୌଣସି କାରଣରୁ ସ୍ଵୀକୃତି ମିଳିଥିବା ହେତୁ ଆତ୍ଣହତ୍ୟା କରିଥିବା ନେଇ ଜଣାପଡିଛି ।

ପ୍ରେମୀଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ତେବେ ବର୍ତ୍ତମାନ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପୋଲିସର ତଦନ୍ତ ପରେ ପ୍ରକୃତ ଘଟଣାଟି ଜଣା ପଡ଼ିବ ବୋଲି ପରିବାର ବର୍ଗ କହିଛନ୍ତି । ଏଭଳି ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟାର ଚିତ୍ର ବାରମ୍ବାର ଦେଖିବାକୁ ମିଳୁଛି । ଯାହାକି ଆତ୍ମହତ୍ୟାର ଚରମ ନିଷ୍ପତ୍ତି ଜନସାଧାରଣରେ ସ୍ପଷ୍ଟ ହେଉଛି ଯେ ପ୍ରେମକୁ ସ୍ଵୀକୃତି ନମିଳିଲେ ଏହିଭଳି ଆତ୍ମହତ୍ୟାର ନିଷ୍ପତ୍ତି ନେଇଥାନ୍ତି ବୋଲି ଜଣାପଡିଛି । ଯାହାଫଳରେ ଆଜିର ନବରଙ୍ଗପୁର ଜିଲ୍ଲାରେ ଏହିଭଳି ଘଟଣା ଦିନକୁ ଦିନ ବଢି ଚାଲିଛି ।

ABOUT THE AUTHOR

...view details