ଓଡିଶା

odisha

By

Published : Sep 27, 2019, 11:38 PM IST

ETV Bharat / state

ଦଲାଲମୁକ୍ତ ହେବ ହସ୍ପିଟାଲ, ପୁଣି ଦୁଇ ଦଲାଲ ଗିରଫ

ବୁଧବାର ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟରେ 3 ଜଣ ଦଲାଲ ପୋଲିସ ହାବୁଡରେ ପଡିଥିବାବେଳେ ଆଜି ପୁଣି ଆଉ ଦୁଇ ଜଣ ଦଲାଲକୁ ଗିରଫ କରିଛି ପୋଲିସ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର

ନବରଙ୍ଗପୁର: ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଆକ୍ସନ ମୁଡରେ ରାଜ୍ୟ ପୋଲିସ । ରାଜ୍ୟର ବିଭିନ୍ନ ଚିକିତ୍ସାଳୟରେ ପୋଲିସର ଚଢାଉ ଜାରି ରହିଛି । ଗତକାଲି (ବୁଧବାର) ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟରେ 3 ଜଣ ଦଲାଲ ପୋଲିସ ହାବୁଡରେ ପଡିଥିବା ବେଳେ ଆଜି (ଗୁରୁବାର) ପୁଣି ଆଉ ଦୁଇ ଜଣ ଦଲାଲକୁ ଗିରଫ କରିଛି ପୋଲିସ । ମେଡିକାଲ ଓ ଆରଟିଓକୁ ଦଲାଲମୁକ୍ତ କରିବା ପାଇଁ ସରକାରଙ୍କ ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର


ସୂଚନା ଅନୁସାରେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରକ୍ତ ଯୋଗାଇଦେବା ନାଁରେ ଗରିବ ଲୋକଙ୍କ ଠାରୁ ଦଲାଲମାନେ ହଜାର ହଜାର ଟଙ୍କା ଲୁଟୁ ଥିବା ଅଭିଯୋଗ ଆସିଥିଲା । ଏହା ପରେ ପୋଲିସ ମେଡିକାଲରେ ଚଢାଉ କରି ପୁଣି ଦୁଇଜଣ ଦଲାଲଙ୍କୁ ଧରି ଥାନାରେ ଅଟକ ରଖିଛି । ଆଜି ନବରରଙ୍ଗପୁର ଜିଲ୍ଲାପାଳ ଡ଼ଃ ଅଜିତ କୁମାର ମିଶ୍ର ଓ ଜିଲ୍ଲା ପୋଲିସ ପ୍ରଶାସନ ଅଧିକାରୀ ନିତିନ କୁସଲକର ମୁଖ୍ୟ ଚିକିତ୍ସାଳୟକୁ ପରିଦର୍ଶନ କରିଛନ୍ତି ।


ଗତକାଲି ତିନି ଦଲାଲ ଗିରଫ ଘଟଣାରେ ତଦନ୍ତ କରିଛନ୍ତି ଖୋଦ ଜିଲ୍ଲାପାଳ । ଏହା ସହ ମୁଖ୍ୟ ଚିକିତ୍ସାଳୟର ସଭ୍ୟଗୃହରେ ସମସ୍ତ ମେଡ଼ିକାଲ କର୍ମଚାରୀଙ୍କ ସହିତ ଏକ ବୈଠକ କରିଥିଲେ । ଏହି ବୈଠକରେ ମେଡିକାଲର ଚତୁଃପାର୍ଶ୍ବରେ ସିସି କ୍ୟାମେରା ସହିତ ସିସିଟିଭି ରେକଡିଂ ବି ତଦନ୍ତ କରାଯିବ ବୋଲି ଆଲୋଚନା ହୋଇଛି । ସେପଟେ ବିନା ୟୁନିଫର୍ମରେ କିଛି ପୋଲିସ ଅଧିକାରୀ ସବୁଦିନ ମେଡିକାଲ ପରିଦର୍ଶନ କରିବେ ବୋଲି ସୂଚନା ଦେଇଛନ୍ତି ନବରରଙ୍ଗପୁର ଏସପି ।


ସେପଟେ ଜିଲ୍ଲାରେ ମୋ ସରକାର କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି । ଏହା ପରଠାରୁ ବିଭିନ୍ନ ମେଡିକାଲରେ ପୋଲିସ ଚଢାଉ କରିଛି । ଦୁଇ ଦିନ ମଧ୍ୟରେ ନବରଙ୍ଗପୁରରେ 5 ଦଲାଲ ଗିରଫ ହୋଇଛନ୍ତି । ସେହିପରି ଜଗତସିଂହପୁର, ଜୟପୁର, ରାଉରକେଲାରୁ ଗିରଫ ହେଲେ ୭ ଦଲାଲ । ଆଜି ସକାଳୁ ବର୍ତ୍ତମାନ ସୁଦ୍ଧା ସାରାରାଜ୍ୟରୁ ୧୭ ଜଣ ଦଲାଲ ଗିରଫ ହୋଇଥିବା ସୂଚନା ରହିଛି ।


ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

ABOUT THE AUTHOR

...view details