ନବରଙ୍ଗପୁର: ନବରଙ୍ଗପୁର-ତାରାଗାଁ ନିକଟ କୁକୁଡ଼ାକନାଡୀ ନିକଟରେ ସଡକ ଦୁର୍ଘଟଣା ଘଟିଛି । ଦୁଇ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ 2 ଜଣ ଗୁରୁତର ହୋଇଛନ୍ତି । ମୃତକ ଜଣକ ସରଣପୁର ଗାଁର ଅସକ ଭତରା ବୋଲି ସୂଚନା ମିଳିଛି । ସେହିପରି ଗୁରୁତର ଦୁଇ ଜଣଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେମାନଙ୍କ ଅବସ୍ଥା ବର୍ତ୍ତମାନ ସଂଙ୍କଟାପନ୍ନ ଥିବା ଜଣାପଡିଛି ।
ଦୁଇ ବାଇକ୍ ମୁହାଁମୁହିଁ ଧକ୍କା: ଜଣେ ମୃତ, ୨ ଗୁରୁତର - nabarangapur accident
ନବରଙ୍ଗପୁର-ତାରାଗାଁ ନିକଟ କୁକୁଡ଼ାକନାଡୀ ନିକଟରେ ସଡକ ଦୁର୍ଘଟଣା ଘଟିଛି । ଅଧିକ ପଢନ୍ତୁ....
ଦୁଇ ବାଇକ୍ ମୁହାମୁହିଁ ଧକ୍କା; ଜଣେ ମୃତ , ୨ ଗୁରୁତର
ଦୁର୍ଘଟଣାସ୍ଥଳରେ ଆରଟିଓ କାର୍ଯ୍ୟାଳୟର କର୍ମଚାରୀମାନେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିବା ସୂଚନା ରହିଛି ।
ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ