ନବରଙ୍ଗପୁର: ଦୁଇ ଛୁଆ ଭାଲୁକୁ ଧରି ଗାଁ ଭିତରେ ବୁଲୁଛି ମା ଭାଲୁ । ନବରଙ୍ଗପୁର ଜିଲ୍ଲାରେ ଆତଙ୍କ ଖେଳାଇଛି ଏ ବନ୍ୟଜନ୍ତୁ । ଆଉ ମା’ ଭାଲୁ ସହ ଛୁଆ ଭାଲୁର ଏ ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ।
ଗତ କିଛି ଦିନ ଧରି ଗୋଟିଏ ମାଇ ଭାଲୁ ତାହାର ଦୁଇ ଛୁଆଙ୍କୁ ଧରି ନନ୍ଦାହାଣ୍ଡି ବ୍ଲକର ସିନ୍ଧିଗୁଡା ଓ ନିକଟସ୍ଥ ଗାଁରେ ବୁଲୁଛି । ଭାଲୁଟି ଦୁଇ ଛୁଆ ସହ ସିନ୍ଧିଗୁଡା ଗାଁର ଜଗନ୍ନାଥ ପାତ୍ରଙ୍କ ଆମ୍ବ ବଗିଚାରେ ପଶିଥିବା ଦେଖିବାକୁ ମିଳିଛି । ବର୍ତ୍ତମାନ ସୁଦ୍ଧା ଭାଲୁଟି କାହାର କିଛି କ୍ଷତି କରି ନ ଥିଲେ ମଧ୍ୟ ଆତଙ୍କିତ ଅବସ୍ଥାରେ ରହିଛନ୍ତି ଲୋକେ ।