ଓଡିଶା

odisha

ETV Bharat / state

ବାରହା ଶିକାର କରି 4 ଗିରଫ

ବନ୍ୟଜନ୍ତୁ ବାରହା ଶିକାର ପାଇଁ ଯୋଜନା କରିଥିବା 4ଶିକାରୀ ଗିରଫ ।

By

Published : Oct 7, 2020, 4:03 PM IST

Updated : Oct 7, 2020, 4:12 PM IST

four arrested for trying to seduce a wild animal
ବାରାହା ଶିକାର କରି 4ଗିରଫ

ନବରଙ୍ଗପୁର:ଡାବୁଗାଁ ବନାଞ୍ଚଳ ମଇଦପୁର ଅଧୀନ ବାର୍ଲି ସଂରକ୍ଷିତ ଜଙ୍ଗଲରେ ବାରହା ଶିକାର ପାଇଁ ଯାଇଥିବା 4ଶିକାରୀଙ୍କୁ ଗିରଫ କରିଛି ବନ ବିଭାଗ ପୋଲିସ ।

ସୂଚନାଅନୁସାରେ ଜଙ୍ଗଲ ନିକଟ ଉପରମୁଣ୍ଡା ଗାଁର ଚାରିଜଣ ଲୋକ ମଙ୍ଗଳବାର ରାତିରେ ବାରହା ଶିକାର କରିବା ଉଦ୍ଦେଶ୍ୟରେ ଜଙ୍ଗଲକୁ ଯାଇଥିଲେ । ସେଠାରେ ପ୍ରାୟ ଦୁଇ କିଲୋମିଟର ପର୍ଯ୍ୟନ୍ତ ଜିଆଇ ତାର ବିଛାଇ 11କେଭି ବିଦ୍ୟୁତ ଖୁଣ୍ଟରୁ ବିଦ୍ୟୁତ ସଂଯୋଗ କରିଥିଲେ ।

ବାରାହା ଶିକାର କରି 4ଗିରଫ

ସକାଳୁ ଚାରି ଶିକାରୀ ଆସି ବିଦ୍ୟୁତ ତାର ଖେଲିବା ସମୟରେ ଖବର ପାଇ ଆଗରୁ ଲୁଚି ରହିଥିବା ବନ ବିଭାଗ କର୍ମଚାରୀଙ୍କ ହାତରେ ଧରା ପଡିଥିଲେ । ଗିରଫ ହୋଇଥିବା ଆସାମୀ ହେଲେ ଉପରମୁଣ୍ଡା ଗ୍ରାମର ଉଦ୍ଧବ ଜାନୀ (୪୮), ସନୁ ଜାନୀ (୪୫), ସାନୁ ଜାନୀ (୫୨) ଓ ମଧୁ ଗୌଡ(35) । ଆସାମୀଙ୍କଠାରୁ ୭କିଗ୍ରା୫୦୦ଗ୍ରାମ ଜିଆଇ ତାର, ୮୦ ଟି ଖୁଣ୍ଟ ଓ ୪ଟି ଟାଙ୍ଗିଆ ଜବତ ହୋଇଛି ।

ଏନେଇ ଡାବୁଗାଁ ବନାଞ୍ଚଳ କାର୍ଯ୍ୟାଳୟରେ କେସ ନଂ 152/2020-21ରେ ଏକ ମାମଲା ରୁଜୁ କରାଯାଇ ଆସାମୀଙ୍କୁ କୋର୍ଟ ଚାଲାଣ କରାଯାଇଛି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

Last Updated : Oct 7, 2020, 4:12 PM IST

ABOUT THE AUTHOR

...view details