ଓଡିଶା

odisha

ETV Bharat / state

୫ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ମୂଲ୍ୟର ଶାଗୁଆନ କାଠ ଓ ଖଟ ବୋଝେଇ ଟ୍ରକ ଜବତ

ରାଇଘର ଅଞ୍ଚଳର ଜଣେ ସରକାରୀ କର୍ମଚାରୀ ବିପୁଳ ପରିମାଣର ଶାଗୁଆନ କାଠ ଏବଂ ଶାଗୁଆନ କାଠରେ ତିଆରି ଆସବାବପତ୍ର ଏକ ଟ୍ରକ ଯୋଗେ ଭୁବନେଶ୍ବରକୁ ନେଉଥିବା ଖବର ଏକ ବିଶେଷ ସୂତ୍ରରୁ ପାଇ ରାଇଘର ବନବିଭାଗ ଚଢାଉ କରିଥିଲା ।

ଶାଗୁଆନ କାଠ ଓ ଖଟ ବୋଝେଇ ଟ୍ରକ ଜବତ
ଶାଗୁଆନ କାଠ ଓ ଖଟ ବୋଝେଇ ଟ୍ରକ ଜବତ

By

Published : Jul 10, 2020, 1:19 AM IST

ନବରଙ୍ଗପୁର: ରାଇଘର ବନବିଭାଗ ପକ୍ଷରୁ ୫ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ମୂଲ୍ୟର ଶାଗୁଆନ କାଠ ଓ ଖଟ ବୋଝେଇ ଏକ ଟ୍ରକ ଜବତ କରିଥିବା ସୂଚନା ଦେଇଛନ୍ତି ରାଇଘର ରେଞ୍ଜର ଖଗପତି ପୁଜାରୀ ।

୫ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ମୂଲ୍ୟର ଶାଗୁଆନ କାଠ ଓ ଖଟ ବୋଝେଇ ଟ୍ରକ ଜବତ

ରାଇଘର ଅଞ୍ଚଳର ଜଣେ ସରକାରୀ କର୍ମଚାରୀ ବିପୁଳ ପରିମାଣର ଶାଗୁଆନ କାଠ ଏବଂ ଶାଗୁଆନ କାଠରେ ତିଆରି ଆସବାବପତ୍ର ଏକ ଟ୍ରକ ଯୋଗେ ଭୁବନେଶ୍ବରକୁ ନେଉଥିବା ଖବର ଏକ ବିଶେଷ ସୂତ୍ରରୁ ପାଇ ରାଇଘର ବନବିଭାଗ ଚଢାଉ କରିଥିଲା । ଏହାପରେ ଉକ୍ତ ଟ୍ରକକୁ ଜବତ କରି କାର୍ଯ୍ୟାଳୟକୁ ଆଣିଥିଲେ । ଏହି କାଠର ଆନୁମାନିକ ମୂଲ୍ୟ ୫ ଲକ୍ଷରୁ ଉର୍ଦ୍ଧ ହେବ ବୋଲି ସୂଚନା ଦେଇଛନ୍ତି । ବର୍ତ୍ତମାନ ସମସ୍ତ କାଠର ତାଲିକା ପ୍ରସ୍ତୁତ ପରେ ସଠିକ୍ ମୂଲ୍ୟ ଆକଳନ କରାଯାଇ ତଦନ୍ତ ଆରମ୍ଭ କରିଥିବା ରାଇଘର ରେଞ୍ଜର ଖଗପତି ପୂଜାରୀ ସୂଚନା ଦେଇଛନ୍ତି ।

ସେପଟେ ଏଭଳି ଲକ୍ ଡାଉନ ସମୟରେ ଏତେ ପରିମାଣର କାଠ ଏକ ଟ୍ରକ୍‌ରେ ବୋଝେଇ କରି ଜୈନକ ସରକାରୀ କର୍ମଚାରୀ କିଭଳି ନେଉଥିଲେ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ABOUT THE AUTHOR

...view details