ନବରଙ୍ଗପୁର: ଟ୍ରକ ଦୁର୍ଘଟଣାରେ ଚାରି ବର୍ଷର ନାବାଳିକା ମୃତ । ନବରଙ୍ଗପୁର ଡାବୁଗାଁ ଥାନା ଅଧୀନ ଝରିଗୁଡା ନିକଟ ରାଜ୍ୟ ରାଜପଥ 39ରେ ଶନିବାର ଆପରାହ୍ନ ଚାରିଟା ସମୟରେ ଏକ ଟ୍ରକ ଉମରକୋଟରୁ ଡାବୁଗାଁ ଅଭିମୁଖେ ଆସୁଥିବାବେଳେ ଝରୀଗୁଡା ନିକଟରେ ଦୁର୍ଘଟଣା ଘଟାଇଥିଲା ।
ଟ୍ରକ ନମ୍ବର ଜଣାପଡିଥିବାବେଳେ ସରାଗୁଡା ନିକଟରେ ଟ୍ରକ ରଖି ସେଠାରୁ ଡ୍ରାଇଭର ଫେରାର ହୋଇଯାଇଛି । ତେବେ ମୃତକ ଝିଅ ସବିତା ମାଝୀ (4) ମଇଦଳପୁର ନିକଟ ପକନାଗୁଡ଼ା ବୋଲି ଜଣାପଡିଛି l