ଓଡିଶା

odisha

ETV Bharat / state

ସରିଲା ପାରମ୍ପରିକ ବିହନ ଯାତ୍ରା; ବାଜିଲାନି ବାଜା, ଖାଁ ଖାଁ ପୂଜା - ଖାଁ ଖାଁ ପୂଜା

କୋଭିଡ କଟକଣାରେ ଶେଷ ହେଲା ନବରଙ୍ଗପୁର ଜିଲ୍ଲା ନିଆରା ପାରମ୍ପରିକ ବିହନ ଯାତ୍ରା । କୋରୋନା ପ୍ରକୋପ ପାଇଁ ଅଳ୍ପ ସଂଖ୍ୟକ ଲୋକଙ୍କ ଲୋକଙ୍କୁ ନେଇ ପୂଜା ସମ୍ପନ୍ନ ହୋଇଛି । ଅଧିକ ପଢନ୍ତୁ...

ସରିଲା ପାରମ୍ପରିକ ବିହନ ଯାତ୍ରା
ସରିଲା ପାରମ୍ପରିକ ବିହନ ଯାତ୍ରା

By

Published : May 6, 2021, 8:58 AM IST

ନବରଙ୍ଗପୁର:ଜିଲ୍ଲାରେ ପାଳିତ ହୋଇଛି ଆଦିବାସୀଙ୍କ ପାରମ୍ପରିକ ନିଆରା ପର୍ବ ବିହନ ଯାତ୍ରା । କୋଭିଡ କଟକଣାରେ ନବରଙ୍ଗପୁର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ତାରାଗାଁଠାରେ କୋରୋନା କଟକଣା ମଧ୍ୟରେ ପାଳିତ ହୋଇଛି ବିହନ ଯାତ୍ରା ।

ସରିଲା ପାରମ୍ପରିକ ବିହନ ଯାତ୍ରା

ଆଦିବାସୀ ସମ୍ପ୍ରଦାୟର ଚାଷୀମାନେ ବିଭିନ୍ନ ସମୟରେ ଭଲ ଚାଷ ହେବା ଆଶା ରଖି ପୂର୍ବ ପୁରୁଷଙ୍କ ଅମଳରୁ ବିଭିନ୍ନ ପାରମ୍ପାରିକ ପର୍ବ ପର୍ବାଣୀ , ଯାନୀଯାତ୍ରା ପାଳନ କରିଥାନ୍ତି । ତେବେ ଧାନ ବିହନକୁ ଅନୁକୂଳ କରିବାକୁ ଏହି ନିଆରା ପାରମ୍ପାରିକ ପର୍ବ ବିହନ ଯାତ୍ରା ପାଳନ କରିଛନ୍ତି । କୋରୋନା ପ୍ରକୋପ ପାଇଁ ଅଳ୍ପ ସଂଖ୍ୟକ ଲୋକଙ୍କ ଲୋକଙ୍କୁ ନେଇ ପୂଜା ସମ୍ପନ୍ନ ହୋଇଛି ।

ସୂଚନା ଅନୁଯାୟୀ, ଗ୍ରାମର ସମସ୍ତ ଚାଷୀଙ୍କ ଘରରୁ ଧାନ ଅନୁକୂଳ କରିବା ପାଇଁ ବଦଳି ଓ ସିଆଁଳି ପତ୍ରରେ ଧାନ ବିହନକୁ ପୁଡିଆ ବାନ୍ଧି ବୀଜକୁଟନି ଆସ୍ଥାନରେ ରଖି ଗ୍ରାମର ପୂଜାରୀ ଗାଁ ଦେବାଦେବୀଙ୍କୁ ସ୍ମରଣ କରି ଧୂପଦୀପ ସହିତ ବଳି ଦେଇ ଆଦିବାସୀ ପରମ୍ପରା ଅନୁଯାୟୀ ପୂଜାର୍ଚ୍ଚନା କରି ଧାନ ବିହନକୁ ଅନୁକୂଳ କରଯାଇଥାଏ । ଏହି ପର୍ବ ପାଳନ ହେଲା ପରେ ହିଁ ଚାଷୀମାନେ ନିଜ ନିଜର ଜମିରେ ସୁବିଧା ଦେଖି ବିହନ ବୁଣିଥାନ୍ତି । ଏହି ପର୍ବ ପାଳନ ଦ୍ବାରା ଭଲ ଚାଷ ହେବା ସହ ଗାଁର ମଙ୍ଗଳ ହୋଇଥାଏ ବୋଲି ଆଦିବାସୀଙ୍କ ମନରେ ବିଶ୍ବାସ ରହିଛି । ପୂଜାରୁ ଚଳିତ ବର୍ଷ ପାରମ୍ପାରିକ ବାଦ୍ୟକୁ ବାଦ ଦିଆଯାଇଛି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ABOUT THE AUTHOR

...view details