ନବରଙ୍ଗପୁର: ଜିଲ୍ଲାରେ ଦୈନିକ କୋରୋନା ସଂକ୍ରମଣ ବଢୁଥିବାବେଳେ ଏବେ କିଛିଟା ହ୍ରାସ ପାଇଛି । ଆଜି(ସୋମବାର) ନବରଙ୍ଗପୁର ଜିଲ୍ଲାରେ ପୁଣି 28 କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 4, 472କୁ ବୃଦ୍ଧି ପାଇଛି।
ସୋମବାର ଚିହ୍ନଟ ହୋଇଥିବା 28 ଜଣ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଝରିଗାଁ ବ୍ଲକରୁ ସର୍ବାଧିକ 9 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କୋଷାଗୁମୁଡା ବ୍ଲକରୁ 5 ଜଣ, ନନ୍ଦାହାଣ୍ଡି ବ୍ଲକରୁ 4 ଜଣ, ନବରଙ୍ଗପୁର ଓ ତେନ୍ତୁଳିଖୁଣ୍ଟି ବ୍ଲକରୁ 3ଜଣ ଲେଖାଏଁ ଏବଂ ନବରଙ୍ଗପୁର ପୌରାଞ୍ଚଳ ଓ ଉମରକୋଟ ପୌରାଞ୍ଚଳରୁ ଜଣେ ଲେଖାଏଁ ସେହିପରି ଉମରକୋଟ, ଚନ୍ଦାହାଣ୍ଡି ବ୍ଲକରୁ ମଧ୍ୟ ଜଣେ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି l