ନବରଙ୍ଗପୁର:ଜିଲ୍ଲାରେ ଗତ କିଛି ଦିନ ହେଲା କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି । ପୂର୍ବରୁ ଅଧିକ ମାତ୍ରାରେ କୋରୋନା ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ଶନିବାର 26ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ନୂଆ 26ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ତେନ୍ତୁଳିଖୁଣ୍ଟି ବ୍ଲକରୁ 8 ଜଣ, ଉମରକୋଟ ପୌରାଞ୍ଚଳରୁ 6 ଜଣ ସର୍ବାଧିକ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଉମରକୋଟ ବ୍ଲକରୁ 4 ଜଣ,ନବରଙ୍ଗପୁର ପୌରାଞ୍ଚଳରୁ 2 ଜଣ ଏବଂ ନନ୍ଦାହାଣ୍ଡି,ପାପଡାହାଣ୍ଡି, ରାଇଘର, କୋଷାଗୁମୁଡା, ଚନ୍ଦାହାଣ୍ଡି, ଝରିଗାଁ ବ୍ଲକରୁ ଜଣେ ଲେଖାଏଁ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି l