ଓଡିଶା

odisha

ETV Bharat / state

ବାଘ ଛାଲ ଡିଲ ବେଳେ ମାଡି ବସିଲା ପୋଲିସ, ଜଣେ ଗିରଫ - ନବରଙ୍ଗପୁର ଖବର

ମୁଲଚାଲ କରୁଥିବା ବେଳେ ବାଘ ଛାଲ ଜବତ । ବାଘ ଛାଲ ସହ ଅଭିଯୁକ୍ତକୁ ବାନ୍ଧିଲା ପୋଲିସ। ଅଧିକ ପଢ଼ନ୍ତୁ

Tiger skin seized
ଜବତ ହେଲା ବାଘ ଛାଲ

By

Published : Jan 1, 2023, 9:48 AM IST

ଜବତ ହେଲା ବାଘ ଛାଲ

ନବରଙ୍ଗପୁର: ନବରଙ୍ଗପୁର ପୋଲିସକୁ ମିଳିଛି ବଡ଼ ସଫଳତା । ମୂଲଚାଲ କରୁଥିବା ବେଳେ ବାଘ ଛାଲ ଜବତ କରିଛି ପୋଲିସ । ଏହାସହ ଜଣଙ୍କୁ ଗିରଫ କରିଛି । ବିଶ୍ୱସ୍ତ ସୂତ୍ରରୁ ଖବରପାଇ ନବରଙ୍ଗପୁର ଏସପି ଏସ୍ ଶୃସିଙ୍କ ନିର୍ଦ୍ଦେଶ କ୍ରମେ ପାପଡାହାଣ୍ଡି ସବ୍ ଇନ୍ସପେକ୍ଟର ଶିବଜୀ ପଣ୍ଡାଙ୍କ ନେତୃତ୍ୱରେ ପୋଲିସର ଏକ ସ୍ୱତନ୍ତ୍ର ଟିମ୍ ମୃଗ ବିହାର ନିକଟରେ ଚଢ଼ାଉ କରିଥିଲେ ।

ସେହି ସମୟରେ ବାଘଛାଲ ପାଇଁ ମୂଲଚାଲ ଚାଲିଥିଲା । ସେହି ସମୟରେ ବାଘଛାଲ ପାଇଁ ମୂଲଚାଲ କରୁଥିବା ଜଣେ ଯୁବକଙ୍କୁ ପୋଲିସ ଗିରଫ କରିଥିଲା। ଏହାସହ ବାଘ ଛାଲକୁ ଜବତ କରିଛି। ଗିରଫ ଯୁବକ ଜଣକ ହେଉଛନ୍ତି ପାପଡ଼ାହାଣ୍ଡି ଗ୍ରାମର କମଲ କୁମାର ମହାନ୍ତି । ଏ ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ହେଡ୍ କ୍ବାଟର ଡିଏସପି ଚନ୍ଦ୍ର ଶେଖର ହୋତା ।

ଏହାମଧ୍ୟ ପଢ଼ନ୍ତୁ. ମହାବଳ ବାଘ ଛାଲ ଜବତ, ଜଣେ ଗିରଫ

ବାଘ ଛାଲ କେଉଁଠୁ ଆଣିଥିଲା ଓ ଏହି ରାକେଟରେ ଅନ୍ୟ କେଉଁମାନେ ସମ୍ପୃକ୍ତ ଅଛନ୍ତି ସେନେଇ ଅଧିକ ତଦନ୍ତ ଚାଲିଥିବା ସୂଚନା ଦେଇଛନ୍ତି ଡିଏସପି । ଏଥିରେ ସମୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ଖୋଜୁଛି ପୋଲିସ । ଏ ସମ୍ପର୍କରେ ନବରଙ୍ଗପୁର ଡିଏସପି ଚନ୍ଦ୍ରଶେଖର ହୋତା କହିଛନ୍ତି ''ଆଜି ଏକ ଖବର ମିଳିଥିଲା ଯେ ପାପଡ଼ାହାଣ୍ଡି ପାଖରେ ଏକ ବାଘଛାଲ ବିକ୍ରି ପାଇଁ ମୂଲଚାଲ ଚାଲିଛି । ଏନେଇ ଆମ ଟିମ୍ ତୁରନ୍ତ ଏକ ସ୍ପେଶାଲ ଟିମ ଗଠନ କରିଥିଲା । ସ୍ପେଶାଲ ଟିମର ସବଇନସପେକ୍ଟର ଶିବଜି ପଣ୍ଡାଙ୍କ ନେତୃତ୍ବରେ ଆରମ୍ଭ ହେଲା ଚଢ଼ଉ। ଏହାପରେ ପାପଡ଼ା ହାଣ୍ଡି ପାଖରେ ଥିବା ଏକ ଡିଅର ପାର୍କରେ ରେଡ୍ କଲେ। ସେଠାରି ଏହି ବାଘ ଛାଲକୁ ଜବତ କରିଥିଲେ। ଏହାସହ ଅଭିଯୁକ୍ତ କମଲ କୁମାର ମହାନ୍ତିଙ୍କୁ ଗିରଫ କରିଥିଲେ । ଏନେଇ ଅଭିଯୁକ୍ତ ନାଁରେ ମଧ୍ୟ ମାମଲା ରୁଜୁ କରିଛୁ । ଖୁବଶୀଘ୍ର ଅଭିଯୁକ୍ତକୁ କୋର୍ଟଚାଲାଣ କରାଯିବ।''

ଇଟିଭି ଭାରତ, ନବରଙ୍ଗପୁର

ABOUT THE AUTHOR

...view details