ନବରଙ୍ଗପୁର: ଜିଲ୍ଲାର ଝରିଗାଁ ବ୍ଲକରେ କାଳବୈଶାଖିର ତାଣ୍ଡବ । ଗୁରୁବାର ଅପରାହ୍ନରେ କାଳବୈଶାଖି ଯୋଗୁଁ କଲେଗାଁରେ ବ୍ୟାପକ ଗଛ ଉପୁଡି ପଡିଛି । ପାଖାପାଖି 200ରୁ ଊର୍ଦ୍ଧ୍ବ ଗଛ ଉପୁଡି ପଡିଥିବା ଅନୁମାନ କରାଯାଉଛି ।
କାଳବୈଶାଖି ତାଣ୍ଡବରେ କଲେଗାଁରେ 7ଜଣଙ୍କ ଘରର ଚାଳଛପର ଉଡିଯାଇଛି । ସେହିପରି କୁଟ୍ରିଛପର ପଞ୍ଚାୟତ ବାଣୁଆପାରା ଗାଁରେ ୩ଜଣଙ୍କ ଟିଣ ଉଡି ଯାଇିଥିବା ବେଳେ ମେହେର ସାହିରେ ଜଣଙ୍କ ଟିଣ ଉଡାଇ ନେଇଛି ।