ଓଡିଶା

odisha

ETV Bharat / state

ତେଲନଦୀରେ 3 ଶିଶୁଙ୍କ ସଲିଳସମାଧି, ଗାଁରେ ଶୋକାକୁଳ ପରିବେଶ

ନବରଙ୍ଗପୁର ଜିଲ୍ଲାର ତୋହରା କୋଟଳ ଡିହି ଗାଁ ନିକଟ ତେଲନଦୀରେ ଅଘଟଣ । ନଦୀରେ ବୁଡି 3 ଜଣ ନୀରିହ ଶିଶୁଙ୍କ ଜୀବନ ଯାଇଛି । ତିନି ଜଣଙ୍କ ମୃତଦେହ ଅଗ୍ନିଶମ ବିଭାଗ ଉଦ୍ଧାର କରିଛି ।

By

Published : Aug 6, 2020, 3:45 PM IST

Updated : Aug 6, 2020, 4:47 PM IST

ଗାଧୋଇବାକୁ ଯାଇ ତେଲନଦୀରେ ବୁଡିଗଲେ 3 ଶିଶୁ
ଗାଧୋଇବାକୁ ଯାଇ ତେଲନଦୀରେ ବୁଡିଗଲେ 3 ଶିଶୁ

ନବରଙ୍ଗପୁର: ଜିଲ୍ଲାର ତୋହରା କୋଟଳ ଡିହି ଗାଁ ନିକଟ ତେଲ ନଦୀରେ ଅଘଟଣ। ନଦୀରେ ବୁଡି 3 ନୀରିହ ଶିଶୁଙ୍କ ଜୀବନ ଯାଇଛି । ଗାଧୋଇବାକୁ ଯାଇ ନଦୀରେ ବୁଡିଯାଇଥିବା ଜଣାପଡିଛି। ମୃତକ 3 ଜଣଙ୍କ ମଧ୍ୟରୁ 2ଜଣ ଝିଅ ଓ ଜଣେ ପୁଅ ଥିବାବେଳେ ସେମାନେ ଗୋଟିଏ ଗ୍ରାମର ବୋଲି ଜଣାପଡିଛି ।

ଉକ୍ତ ଗ୍ରାମର ଅମି ସାନ୍ତାଙ୍କ 6 ବର୍ଷର ଝିଅ ରଶ୍ମିତା ସାନ୍ତା, ରଘୁରାମ ସାନ୍ତାଙ୍କ 5 ବର୍ଷର ଝିଅ ଶାନ୍ତି ସାନ୍ତା ଏବଂ ବୁଦ୍ଧୁ ସାନ୍ତାଙ୍କ 4 ବର୍ଷର ପୁଅ ଦଶରଥ ସାନ୍ତା ସାଙ୍ଗ ହୋଇ ଆଜି ଗ୍ରାମ ନିକଟ ଦେଇ ଯାଇଥିବା ତେଲ ନଦୀରେ ଗାଧୋଇବାକୁ ଯାଇଥିଲେ । ସେଠାରେ ଗାଧୋଇବା ସମୟରେ ହଠାତ୍ ଗଭୀର ପାଣି ମଧ୍ୟରେ ପଶି ଯାଇଥିଲେ ।

ତେଲନଦୀରେ 3 ଶିଶୁଙ୍କ ସଲିଳସମାଧି

ପରିବାର ଲୋକ ଏବଂ ଗ୍ରାମବାସୀ ବହୁ ସମୟ ଧରି ଖୋଜାଖୋଜି କରିବା ପରେ ମଧ୍ୟ ନ ପାଇବାରୁ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଘଟଣାର ଖବର ପାଇ ଉମରକୋଟ ଅଗ୍ନିଶମ ବାହିନୀ ଉକ୍ତ ଗ୍ରାମକୁ ଯାଇ ଗ୍ରାମବାସୀଙ୍କ ସହଯୋଗରେ ମୃତଦେହ ଗୁଡିକୁ ଉଦ୍ଧାର କରି ନିକଟସ୍ଥ ତୋହରା ଡାକ୍ତରଖାନାକୁ ନେଇଥିବା ଜଣାପଡିଛି ।

ଅସାବଧାନତା ଯୋଗୁଁ ଏଭଳି ଏକ ଦୁର୍ଘଟଣା ଘଟିଯାଇଥିବାବେଳେ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

Last Updated : Aug 6, 2020, 4:47 PM IST

ABOUT THE AUTHOR

...view details