ଓଡିଶା

odisha

ETV Bharat / state

ଏଟିଏମ କାର୍ଡ ଚୋରି କରି ଟଙ୍କା ଲୁଟ ଘଟଣା, 3 ଗିରଫ - କୋଡ଼ିଙ୍ଗା ପୋଲିସ

ସାଇବର କ୍ରାଇମରେ ବିଭିନ୍ନ ଏଟିଏମ କାର୍ଡ ଚୋରି କରି ଟଙ୍କା ଲୁଟ କରୁଥିବା ୩ଜଣ ଲୁଟେରାକୁ ଧରିବାରେ କୋଡ଼ିଙ୍ଗା ପୋଲିସ ସଫଳ ହୋଇଛି ।

ସାଇବର କ୍ରାଇମରେ ଲିପ୍ତ 3 ଅଭିଯୁକ୍ତ ଗିରଫ କଲା କୋଡ଼ିଙ୍ଗା ପୋଲିସ
ସାଇବର କ୍ରାଇମରେ ଲିପ୍ତ 3 ଅଭିଯୁକ୍ତ ଗିରଫ କଲା କୋଡ଼ିଙ୍ଗା ପୋଲିସ

By

Published : Oct 25, 2020, 12:20 PM IST

ନବରଙ୍ଗପୁର: କୋଡ଼ିଙ୍ଗା ପୋଲିସର ବଡ଼ ସଫଳତା । ସାଇବର କ୍ରାଇମରେ ଲିପ୍ତ ୩ ଜଣ ଗିରଫ , ୮୦ ହଜାର ଟଙ୍କା ,ଦୁଇଟି ମୋବାଇଲ ଜବତ । ସାଇବର କ୍ରାଇମରେ ବିଭିନ୍ନ ଏଟିଏମ କାର୍ଡ ଚୋରି କରି ଟଙ୍କା ଲୁଟ କରୁଥିବା ୩ଜଣ ଲୁଟେରାକୁ ଧରିବାରେ କୋଡ଼ିଙ୍ଗା ପୋଲିସ ସଫଳ ହୋଇଛି ।

ସାଇବର କ୍ରାଇମରେ ଲିପ୍ତ 3 ଅଭିଯୁକ୍ତ ଗିରଫ କଲା କୋଡ଼ିଙ୍ଗା ପୋଲିସ

ମିଳିଥିବା ସୂଚନାନୁଯାୟୀ, କୋଡ଼ିଙ୍ଗା ଥାନା ଅନ୍ତର୍ଗତ ବିଏମ ସେମଳା ଗ୍ରାମର ନିରଞ୍ଜନ ସେମିଳିଙ୍କ ମୋକିଆ ଏସବିଆଇ ଆକାଉଣ୍ଟର ଏଟିଏମ କାର୍ଡକୁ ସେହି ଗ୍ରାମର ମାଷ୍ଟରମାଇଣ୍ଡ ଜୟଦାସ ହିଆଲ, ରମେଶ ହରିଜନ ଓ ମଶା ହରିଜନ ଏହି ୩ ଜଣ ଚୋରି କରି କୋଡ଼ିଙ୍ଗା ଆକ୍ସିସ ଏଟିଏମ, କୋଷାଗୁମୁଡା ଆଇସିଆଇସିଆଇ ଏଟିଏମ , ନବରଙ୍ଗପୁର ଓ ଜୟପୁରର ବିଭିନ୍ନ ଏଟିଏମରୁ ଗତ ମାସ ୨୬ ,୨୮ ,୩୦ ତାରିଖ ଓ ଚଳିତ ମାସର ୭ ତାରିଖ ଦିନ ୧ ଲକ୍ଷ ୧୦ ହଜାର ଟଙ୍କା ଉଠାଇ ନେଇଥିଲେ । ଏନେଇ ନିରଞ୍ଜନ ସେମିଳି କୋଡ଼ିଙ୍ଗା ଥାନାରେ ଏତଲା ଦେଇଥିଲେ ।

ସାଇବର କ୍ରାଇମରେ ଲିପ୍ତ 3 ଅଭିଯୁକ୍ତ ଗିରଫ

କୋଡ଼ିଙ୍ଗା ଥାନା ଅଧିକାରୀ ସରିତା ମହାପାତ୍ର ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ । ଉକ୍ତ ୩ଜଣ ଅଭିଯୁକ୍ତ ମାଲକାନଗିରିରେ ଥିବା ପୋଲିସ ବିଶେଷ ସୂତ୍ରରୁ ଖବର ପାଇ କୋଡ଼ିଙ୍ଗା ଥାନା ଏସଆଇ ଦେବଦତ୍ତ ମଲ୍ଲିକଙ୍କ ନେତୃତ୍ବରେ ଏକ ପୋଲିସ ଟିମ ମାଲକାନଗିରି ଯାଇ ଏହି ଲୁଟରେ ସମ୍ପୃକ୍ତ ୩ ଜଣଙ୍କୁ ଗିରଫ କରିଛି ।

ତାଙ୍କଠାରୁ ୮୦ ହଜାର ନଗଦ ଟଙ୍କା ସହ ୨ଟି ମୋବାଇଲ , ୫ ଟି ଏଟିଏମ କାର୍ଡ , ୨ଟି ମନିପର୍ସ , ଗୋଟିଏ ମୋବାଇଲ ବ୍ଲୁଟୁଥ ଇୟର ଫୋନକୁ ଜବତ କରାଯାଇଛି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ABOUT THE AUTHOR

...view details