ନବରଙ୍ଗପୁର:ସ୍କୁଲ ଛାତ୍ରଛାତ୍ରୀଙ୍କୁ ବଣ୍ଟନ ହେଉଛି ପୋକରା ଚାଉଳ । ଏଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଅନ୍ତର୍ଗତ କଣ୍ଟାମାଳ ପଞ୍ଚାୟତ ଅଧିନ କାଳିଆ ଗୁଡା ଗ୍ରାମରେ । ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ କାଳିଆ ଗୁଡା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଶୁକ୍ରବାର ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ପୋକରା ଚାଉଳ ବଣ୍ଟନ କରାଯାଇଛି । ତେବେ ପିଲା ମାନଙ୍କୁ ବଣ୍ଟା ଯାଇଥିବା ଚାଉଳ ଖରାପ ହୋଇ ନୀଳ ରଙ୍ଗର ହୋଇଥିବା ଦେଖିବାକୁ ମିଳିଛି ।
ସୂଚନାନୁସାରେ କୋଭିଡ ଯୋଗୁଁ ଦୀର୍ଘଦିନ ଧରି ବିଦ୍ୟାଳୟ ବନ୍ଦ ଥିବାରୁ ମଧ୍ୟାହ୍ନ ଭୋଜନ ପାଇଁ ପିଲାଙ୍କୁ ସରକାର ଚାଉଳ ସମେତ 43ଦିନର ତରକାରୀ ପାଇଁ ପ୍ରଥମ ଫେଜରେ 233ଟଙ୍କା ପିଲାଙ୍କ ବ୍ୟାଙ୍କଖାତା କିମ୍ବା ଅବିଭାବକଙ୍କ ଖାତାରେ ସରକାର ପ୍ରଦାନ କରୁଛନ୍ତି ହେଲେ କିଛି ଅସାଧୁ ପ୍ରକୃତିର ଶିକ୍ଷକ ପିଲାଙ୍କ ଟଙ୍କା ଓ ଚାଉଳକୁ ହଡ଼ପ କରି ଏଭଳି ଖରାପ ଚାଉଳକୁ ବଣ୍ଟନ କରିଛନ୍ତି । ଆଉ ଏହି ଚାଉଳ ଯଦି ପିଲାଏଁ ଖାଇବେ, ତେବେ ଅବସ୍ଥା କଣ ହେବ ତାହା ସହଜରେ ଅନୁମେୟ ।
ସରକାର ପିଲାମାନେ ପାଠ ପଢିବାକୁ ପୃଷ୍ଟିକର ଖାଦ୍ୟ ପାଇବା ନେଇ ଦିନକୁ ଦିନ ଅନେକ ଯୋଜନା କରୁଛନ୍ତି ହେଲେ ଏଠି ଯୋଜନା ଅନେକ ମାତ୍ରାରେ ସଫଳ ରୂପାୟନ ହେଇପାରୁନଥିବା ଦେଖାଯାଉଛି । ତେବେ ଶିକ୍ଷକଙ୍କ ନାମରେ ଗ୍ରାମବାସୀ ଅନେକ ଅଭିଯୋଗ ଆଣିଥିବାବେଳେ ସେଥିମଧ୍ୟରୁ ଠିକ ସମୟରେ ବିଦ୍ୟାଳୟରେ ଉପସ୍ଥିତ ରହିବା, ପିଲାମାନଙ୍କୁ ପାଠ ନ ପଢାଇବା, ପ୍ରତି ବୁଧବାର ଓ ଶନିବାର ପିଲାମାନଙ୍କୁ ଅଣ୍ଡା ତରକାରୀ ପ୍ରଦାନ କରିବା ।