ଓଡିଶା

odisha

ETV Bharat / state

ମଦ୍ୟପଙ୍କୁ ପାନେ, 6 ଘଣ୍ଟା କାଳ ଖୁଣ୍ଟରେ ବାନ୍ଧି ସାବାଡ୍ କଲେ ଗ୍ରାମବାସୀ - nabaranghpur news

ଗାଁ ମଝିରେ ଖୁଣ୍ଟରେ ବାନ୍ଧି ମଦ୍ୟପଙ୍କୁ ଦଣ୍ଡ ଦେଲେ ଗ୍ରାମବାସୀ। ମଦ ପିଇ ଗ୍ରାମ ଭିତରକୁ ପ୍ରବେଶ ନିଷେଧ ଥିବା ବେଳେ ଏହାର ଉଲ୍ଲଘଂନ କରିଥିଲେ 2 ମଦ୍ୟପ ।

ମଦ୍ୟପଙ୍କୁ ସାବାଡ୍ କଲେ ଗ୍ରାମବାସୀ, ବାନ୍ଧି ପକାଇଲେ ଖୁଣ୍ଟରେ
ମଦ୍ୟପଙ୍କୁ ସାବାଡ୍ କଲେ ଗ୍ରାମବାସୀ, ବାନ୍ଧି ପକାଇଲେ ଖୁଣ୍ଟରେ

By

Published : Oct 9, 2020, 10:25 AM IST

ନବରଙ୍ଗପୁର: ଗାଁ ମଝି ଖୁଣ୍ଟରେ ବାନ୍ଧି ମଦ୍ୟପଙ୍କୁ ଦଣ୍ଡ ଦେଲେ ଗ୍ରାମବାସୀ। ମଦ ପିଇ ଗ୍ରାମ ଭିତରକୁ ପ୍ରବେଶ ନିଷେଧ ଥିବା ବେଳେ ଏହାର ଉଲ୍ଲଘଂନ କରିଥିବା 2ମଦ୍ୟପଙ୍କୁ 6 ଘଣ୍ଟା କାଳ ଦଣ୍ଡ ମିଳିଥିଲା। ଶେଷରେ କଡ଼ିଙ୍ଗା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇ ମଦ୍ୟପଙ୍କୁ ଉଦ୍ଧାର କରିଛନ୍ତି।

ଏହିଭଳି ଘଟଣା ଘଟିଛି ନବରଙ୍ଗପୁର ଜ଼ିଲ୍ଲା କୋଡ଼ିଙ୍ଗା ଥାନା ଅନ୍ତର୍ଗତ ସର୍ଗିଗୁଡାରେ। ଗାଁରେ ମଦୁଆଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ଛୋଟରୁ ଆରମ୍ଭ କରି ଯୁବକ, ବୟସ୍କ ମାନେ ମଦ ପିଇ ଘରେ ଗଣ୍ଡଗୋଳ କରିବା ସହ ସ୍ତ୍ରୀ ଓ ଛୁଆଙ୍କୁ ମାରପିଟ କରୁଛନ୍ତି।

ଏହି ଘଟଣା ଦେଖି ସର୍ଗିଗୁଡା ଗାଁ ଲୋକ ଏକ ବୈଠକ କରି ନିଷ୍ପତ୍ତି ନେଇଥିଲେ ଯେ ଗାଁରେ କାହାରିକୁ ମଦ ବିକ୍ରି କରିବାକୁ ଅନୁମତି ଦିଆଯିବ ନାହିଁ। ଏପରିକି କେହି ମଦ ପିଇ ଗାଁକୁ ପଶି ପାରିବେ ନାହିଁ ।

ମଦ୍ୟପଙ୍କୁ ସାବାଡ୍ କଲେ ଗ୍ରାମବାସୀ, ବାନ୍ଧି ପକାଇଲେ ଖୁଣ୍ଟରେ

ଯଦି କେହି ନିୟମର ଉଲ୍ଲଘଂନ କରେ ତାହେଲେ ପ୍ରଥମ ଭୁଲରେ ୧ ହଜାର ଟଙ୍କା ଜରିମାନା ଦେବାକୁ ପଡିବ। ଦ୍ବିତୀୟ ଭୁଲରେ ଗାଁ ମଝି ଖୁଣ୍ଟରେ ବନ୍ଧା ହେବ। ଏହି ଭଳି ତୃତୀୟ ଭୁଲ କରିଥିବା ଦୁଇ ଜଣ ଲୋକଙ୍କୁ ଖୁଣ୍ଡରେ ବାନ୍ଧିଥିଲେ ଗ୍ରାମବାସୀ। ଯାହାଙ୍କୁ କଡ଼ିଙ୍ଗା ଥାନା ଅଧିକାରୀ ଉଦ୍ଧାର କରିଥିଲେ। ଗ୍ରାମବାସୀଙ୍କ ଏଭଳି କଠୋର ନିୟମ ପରଠୁ ଗାଁରେ ମଦ୍ୟପଙ୍କ ଦୌରାମ୍ୟ କମିବାରେ ଲାଗିଛି।

ଏଥି ପୂର୍ବରୁ ଗ୍ରାମରେ ମଦ ବିକ୍ରିକୁ ବିରୋଧ କରି ଗ୍ରାମବାସୀ ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକ ଏବଂ କୋଡିଗା ଥାନା ଅଧିକାରୀକୁ ମଧ୍ୟ ଲିଖିତ ଭାବରେ ଗ୍ରାମବାସୀ ଜଣାଇଥିଲେ । ଶୁକ୍ରବାର ଦୁଇଜଣ ମଦୁଆଙ୍କୁ ଗ୍ରାମବାସି ବାନ୍ଧି ରଖିଥିବା ଖବର ପାଇ କୋଡିଙ୍ଗା ଥାନା ଅଧିକାରୀ ଆସି ସେମାନଙ୍କୁ ଉଦ୍ଧାର କରିଥିଲେ। ଏବଂ ଗ୍ରାମବାସୀଙ୍କୁ ଆଇନକୁ ନିଜ ହାତକୁ ନ ନେବାପାଇଁ ପରାମର୍ଶ ଦେଇଥିଲେ । ଏ ନେଇ ପୋଲିସ ପକ୍ଷରୁ କିଛି ପ୍ରତିକ୍ରିୟା ମିଳିପାରିନାହିଁ ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ABOUT THE AUTHOR

...view details