ଓଡିଶା

odisha

ETV Bharat / state

ରାଇଘର ସହର ଓ ଗ୍ରାମପଞ୍ଚାୟତକୁ 2 ଦିନିଆ ସଟ ଡାଉନ ଘୋଷଣା - ରାଇଘର ସହର ଓ ଗ୍ରାମପଞ୍ଚାୟକୁ 2 ଦିନିଆ ସଟ ଡାଉନ ଘୋଷଣା

ରାଇଘରର ସ୍ଥାନୀୟ ବ୍ଲକ ଉମରକୋଟରେ ଅଚାନକ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଯାହାକୁ ନଜରରେ ରଖି ରାଇଘର ସରପଞ୍ଚ ସଟ ଡାଉନ ଘୋଷଣା କରିଛନ୍ତି । ଅଧିକ ପଢନ୍ତୁ...

ରାଇଘର ସହର ଓ ଗ୍ରାମପଞ୍ଚାୟକୁ 2 ଦିନିଆ ସଟ ଡାଉନ ଘୋଷଣା କଲେ ସରପଞ୍ଚ
ରାଇଘର ସହର ଓ ଗ୍ରାମପଞ୍ଚାୟକୁ 2 ଦିନିଆ ସଟ ଡାଉନ ଘୋଷଣା କଲେ ସରପଞ୍ଚ

By

Published : Jun 28, 2020, 7:38 AM IST

ନବରଙ୍ଗପୁର: ରାଇଘର ସହର ଓ ଗ୍ରାମ ପଞ୍ଚାୟତକୁ 2 ଦିନିଆ ସଟ ଡାଉନ ଘୋଷଣା । ରବିବାର ମଧ୍ୟରାତ୍ରୀରୁ ଆସନ୍ତା 30 ପର୍ଯ୍ୟନ୍ତ ସଟ ଡାଉନ ଘୋଷଣା କଲେ ରାଇଘର ସରପଞ୍ଚ । ପଡୋଶୀ ବ୍ଲକ ଉମରକୋଟରେ ଅଚାନକ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରୁ ଏଭଳି ନିଷ୍ପତ୍ତି ନେଇଛନ୍ତି ସରପଞ୍ଚ ସାତ ଗଣ୍ଡ ।

ରାଇଘର ସହର ଓ ଗ୍ରାମପଞ୍ଚାୟକୁ 2 ଦିନିଆ ସଟ ଡାଉନ ଘୋଷଣା କଲେ ସରପଞ୍ଚ

ସଟ ଡାଉନ ସମୟରେ ସମସ୍ତ ଅତ୍ୟାବଶକୀୟ ସାମଗ୍ରୀ ବ୍ୟତୀତ ଅନ୍ୟ ସମସ୍ତ ଦୋକାନ ବଜାର ବନ୍ଦ ରଖିବାକୁ ନିର୍ଦ୍ଦେଶ ରହିଛି । ଆଜି ଏକ ପତ୍ର ମାଧ୍ୟମରେ ନବରଙ୍ଗପୁର ଜିଲ୍ଲାପାଳ, ସ୍ଥାନୀୟ ବିଡିଓ, ଥାନା ଅଧିକାରୀ ଓ ତହସିଲଦାରଙ୍କୁ ସରପଞ୍ଚ ଅବଗତ କରାଇଥିବା ବିଡିଓ ସୂଚନା ଦେଇଛନ୍ତି । ସଂକ୍ରମଣକୁ ରୋକିବାକୁ ସରପଞ୍ଚ ଏଭଳି ପଦକ୍ଷେପ ନେଇଥିବା ବିଡିଓ କହିଛନ୍ତି ।

ରାଇଘର ସହର ଓ ଗ୍ରାମପଞ୍ଚାୟକୁ 2 ଦିନିଆ ସଟ ଡାଉନ ଘୋଷଣା କଲେ ସରପଞ୍ଚ

ସେପଟେ, ସୂଚନା ପାଇବା ପରେ ସଙ୍ଗେ ସଙ୍ଗେ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଦ୍ବାରା ଡାକାବାଜି ଯନ୍ତ୍ର ଜରିଆରେ ସାଧାରଣ ଲୋକଙ୍କୁ ଅବଗତ କରାଉଥିବା ଦେଖିବାକୁ ମିଳିଛି।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

ABOUT THE AUTHOR

...view details