ଓଡିଶା

odisha

ETV Bharat / state

‘ରକ୍ତହୀନତା ମୁକ୍ତ ବ୍ଲକ’ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ସାଂସଦ ଓ ଜିଲ୍ଲାପାଳ - anemia free dist nabarangpur

ନବରଙ୍ଗପୁର ଜିଲ୍ଲାକୁ ରକ୍ତହୀନତା ମୁକ୍ତ ଜିଲ୍ଲା କରିବା ଲକ୍ଷ୍ୟ ନେଇ କେନ୍ଦ୍ର ସରକାରଙ୍କ ନିତୀ ଆୟୋଗ ପକ୍ଷରୁ ମିଳିଥିବା ଅନୁଦାନରେ ଜିଲ୍ଲାର ଝରିଗାଁ ବ୍ଲକ ପରିସରରେ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଆୟୋଜିତ ‘ରକ୍ତହୀନତା ମୁକ୍ତ ବ୍ଲକ’ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି । ଅଧିକ ପଢନ୍ତୁ...

‘‘ରକ୍ତହିନତା ମୁକ୍ତ ବ୍ଲକ’’ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ସାଂସଦ ଓ ଜିଲ୍ଲାପାଳ
‘‘ରକ୍ତହିନତା ମୁକ୍ତ ବ୍ଲକ’’ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ସାଂସଦ ଓ ଜିଲ୍ଲାପାଳ

By

Published : Dec 7, 2020, 4:01 PM IST

Updated : Dec 7, 2020, 10:13 PM IST

ନବରଙ୍ଗପୁର : ‘ରକ୍ତହୀନତା ମୁକ୍ତ ବ୍ଲକ’ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ସାଂସଦ ଓ ଜିଲ୍ଲାପାଳ । ନବରଙ୍ଗପୁର ଜିଲ୍ଲାକୁ ରକ୍ତହୀନତା ମୁକ୍ତ ଜିଲ୍ଲା କରିବା ଲକ୍ଷ୍ୟ ନେଇ କେନ୍ଦ୍ର ସରକାରଙ୍କ ନିତୀ ଆୟୋଗ ପକ୍ଷରୁ ମିଳିଥିବା ଅନୁଦାନରେ ଜିଲ୍ଲାର ଝରିଗାଁ ବ୍ଲକ ପରିସରରେ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଆୟୋଜିତ ‘‘ରକ୍ତହୀନତା ମୁକ୍ତ ବ୍ଲକ’’ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି ।

‘‘ରକ୍ତହିନତା ମୁକ୍ତ ବ୍ଲକ’’ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ସାଂସଦ ଓ ଜିଲ୍ଲାପାଳ

ଜିଲ୍ଲାରେ ରକ୍ତହୀନତା ଶତକଡ଼ା ୭୩% ଥିବାବେଳେ ଜିଲ୍ଲାର ନନ୍ଦାହାଣ୍ଡି ବ୍ଲକରେ ସର୍ବାଧିକ ୯୬%, ରାଇଘର ବ୍ଲକ୍ ରେ ୮୩% ଏବଂ ଝରିଗାଁ ବ୍ଲକରେ ୭୭% ଭାଗ ରକ୍ତହୀନତାର ଶିକାର ରହିଥିବାରୁ ପ୍ରତି ବର୍ଷ ବହୁ ସଂଖ୍ୟାରେ ନବଜାତ ଶିଶୁ ଓ ପ୍ରସୂତିଙ୍କ ମୃତ୍ୟୁ ହେଉଥିବା ପୂର୍ବରୁ ନଜିର ରହିଛି । ଏହାକୁ ରୋକିବା ସହ ଜିଲ୍ଲାର ଏହି ତିନିଗୋଟି ବ୍ଲକକୁ ସମ୍ପୁର୍ଣ୍ଣ ରକ୍ତହୀନତା ମୁକ୍ତ ବ୍ଲକ କରିବା ନିମନ୍ତେ ନୀତି ଆୟୋଗ ପକ୍ଷରୁ ମିଳିଥିବା ଅନୁଦାନରେ ଆସନ୍ତା ଦୁଇ ବର୍ଷ ପର୍ଯ୍ୟନ୍ତ ଲୋକଙ୍କୁ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ସଚେତନ କରିବା ସହ ଔଷଧ ପ୍ରଦାନ କରି ସେମାନଙ୍କୁ ରକ୍ତହୀନତାରୁ ମୁକ୍ତ କରିବାକୁ ଧାର୍ଯ୍ୟ କରାଯାଇଥିବା ଜିଲ୍ଲାପାଳ ପ୍ରକାଶ କରିଛନ୍ତି ।

‘‘ରକ୍ତହିନତା ମୁକ୍ତ ବ୍ଲକ’’ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ସାଂସଦ ଓ ଜିଲ୍ଲାପାଳ

ଉକ୍ତ କାର୍ଯ୍ୟକ୍ରମରେ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ, ଝରିଗାଁ ବିଧାୟକ ପ୍ରକାଶ ଚନ୍ଦ୍ର ମାଝୀ ଏବଂ ଜିଲ୍ଲାପାଳ ଡ. ଅଜିତ କୁମାର ମିଶ୍ର ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମ ସମ୍ପର୍କରେ ଉପସ୍ଥିତ ଲୋକଙ୍କୁ ଅବଗତ କରାଇବା ସହ ଏହି କାର୍ଯ୍ୟକ୍ରମକୁ ସଫଳ କରାଇବା ନିମନ୍ତେ ସମସ୍ତଙ୍କୁ ସହଯୋଗ କରିବାକୁ ଆହ୍ବାନ ଦେଇଥିଲେ ଏବଂ ଏହି କର୍ଯ୍ୟକ୍ରମ ମାଧ୍ୟମରେ ଜିଲ୍ଲାର ରାଇଘର, ଝରିଗାଁ ଓ ନନ୍ଦାହାଣ୍ଡି ବ୍ଲକ ସହ ସମଗ୍ର ଜିଲ୍ଲାକୁ ରକ୍ତହିନତା ମୁକ୍ତ କରାଯାଇପାରିବ ବୋଲି ସାଂସଦ ରମେଶ ଚନ୍ଦ୍ର ମାଝୀ ପ୍ରକାଶ କରିଛନ୍ତି।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

Last Updated : Dec 7, 2020, 10:13 PM IST

ABOUT THE AUTHOR

...view details