ଓଡିଶା

odisha

ETV Bharat / state

୭୮ଜଣ ପଞ୍ଜିକୃତ ଶ୍ରମିକଙ୍କୁ ମିଳିଲା 1500 ଟଙ୍କା ଲେଖାଏଁ ଆର୍ଥିକ ସହାୟତା - କରୋନା

ପଞ୍ଜିକୃତ ନିର୍ମାଣ ଶ୍ରମିକ ମାନଙ୍କ ପାଇଁ ସରକାର ଆର୍ଥିକ ସହାୟତା ଘୋଷଣା କରାଯାଇଥିବା ବେଳେ ନବରଙ୍ଗପୁର ସଦର ବ୍ଲକ ଅନ୍ତର୍ଗତ ତାରାଗାଁ ଗ୍ରାମ ପଞ୍ଚାୟତର ୭୮ଜଣ ପଞ୍ଜିକୃତ ନିର୍ମାଣ ଶ୍ରମିକ ମାନଙ୍କୁ ୧୫ ସହ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ରାଶି ପ୍ରଦାନ କରାଯାଇଛି l ଅଧିକ ପଢନ୍ତୁ...

The government has announced financial help for registered workers
୭୮ଜଣ ପଞ୍ଜିକୃତ ଶ୍ରମିକଙ୍କୁ 1500 ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ

By

Published : Apr 10, 2020, 5:15 PM IST

ନବରଙ୍ଗପୁର: କୋରୋନା ପାଇଁ ସାରା ଦେଶ ଲକ ଡାଉନ ହେବା ଦ୍ବାରା ରୋଜଗାର ହରାଇଛନ୍ତି କୋଟି କୋଟି ଶ୍ରମିକ । ଓଡିଶା ରାଜ୍ୟରେ ମଧ୍ୟ ସମାନ ଅବସ୍ଥା । ଏହି ପରିପ୍ରେକ୍ଷୀରେ ପଞ୍ଜିକୃତ ନିର୍ମାଣ ଶ୍ରମିକ ମାନଙ୍କ ପାଇଁ ସରକାର ଆର୍ଥିକ ସହାୟତା ଘୋଷଣା କରାଯାଇଥିବା ବେଳେ ନବରଙ୍ଗପୁର ସଦର ବ୍ଲକ ଅନ୍ତର୍ଗତ ତାରାଗାଁ ଗ୍ରାମ ପଞ୍ଚାୟତର ୭୮ଜଣ ପଞ୍ଜିକୃତ ନିର୍ମାଣ ଶ୍ରମିକ ମାନଙ୍କୁ ୧୫ ସହ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ରାଶି ପ୍ରଦାନ କରାଯାଇଛି l

୭୮ଜଣ ପଞ୍ଜିକୃତ ଶ୍ରମିକଙ୍କୁ 1500 ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ

ନବରଙ୍ଗପୁର ବ୍ଲକର ଜେଇ. ଚିନ୍ମୟୀ ସାହୁ ଏବଂ ଅତିରିକ୍ତ କମ୍ପୁଟର ପ୍ରୋଗ୍ରାମର ମନୋରମା ପାଢିଙ୍କ ଜରିଆରେ ଗ୍ରାମର ନିର୍ମାଣ ଶ୍ରମିକ ମାନଙ୍କୁ ସହାୟତା ରାଶି ପ୍ରଦାନ କରାଯାଇଥିବା ବେଳେ ପରବର୍ତୀ ସମୟରେ ପଞ୍ଚାୟତର ପିଲିକା, ପାତ୍ରମୁଣ୍ଡା, ବଦାମୁଣ୍ଡା, ଗୁମ୍ମାଗୁଡା ଗ୍ରାମ ଗୁଡିକର ଶ୍ରମିକ ମାନଙ୍କୁ ଆର୍ଥିକ ସହାୟତା ରାଶି ପ୍ରଦାନ କରାଯିବ ବୋଲି ସୂଚନା ମିଳିଛି ।

ନବରଙ୍ଗପୁରର ତପନ କୁମାର ବିଷୋୟୀ, ଇଟିଭି ଭାରତ

ABOUT THE AUTHOR

...view details