ଓଡିଶା

odisha

ETV Bharat / state

ଶ୍ରମ କମିଶନରଙ୍କୁ ୧୧ ଦଫା ଦାବିପତ୍ର ପ୍ରଦାନ - district labor union

ଭାରତୀୟ ମଜଦୂର ସଂଘ ଦ୍ବାରା ପରିଚାଳିତ ଓଡିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ମଜଦୂର ସଂଘ ନବରଙ୍ଗପୁର ଜିଲ୍ଲା ପକ୍ଷରୁ ଜିଲ୍ଲାପାଳଙ୍କର କାର୍ଯ୍ୟାଳୟରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।

ରାଜ୍ୟ ଶ୍ରମ କମିଶନରଙ୍କୁ ୧୧ଦଫା ଦାବିପତ୍ର ପ୍ରଦାନ
ରାଜ୍ୟ ଶ୍ରମ କମିଶନରଙ୍କୁ ୧୧ଦଫା ଦାବିପତ୍ର ପ୍ରଦାନ

By

Published : Nov 26, 2020, 10:26 PM IST

ନବରଙ୍ଗପୁର: ଭାରତୀୟ ମଜଦୂର ସଂଘ ଦ୍ବାରା ପରିଚାଳିତ ଓଡିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ମଜଦୂର ସଂଘ ନବରଙ୍ଗପୁର ଜିଲ୍ଲା ପକ୍ଷରୁ ମାଝୀଗୁଡା ଛକରୁ ଏକ ଶୋଭାଯାତ୍ରା କରାଯାଇ ଜିଲ୍ଲାପାଳଙ୍କର କାର୍ଯ୍ୟାଳୟରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ପରେ ରାଜ୍ୟ ଶ୍ରମ କମିଶନର ତଥା ସଚିବ, ଓଡିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଭୁବନେଶ୍ବରଙ୍କୁ ଜିଲ୍ଲାପାଳଙ୍କ ଜରିଆରେ ୧୧ ଦଫା ଦାବିପତ୍ର ପ୍ରଦାନ କରାଯାଇଛି ।

ରାଜ୍ୟ ଶ୍ରମ କମିଶନରଙ୍କୁ ୧୧ଦଫା ଦାବିପତ୍ର ପ୍ରଦାନ

ଏଥିରେ ମଜଦୂର ସଂଘର ଜିଲ୍ଲା ଉପସଭାପତି ରଙ୍କନାଥ ଜେନା, ଜିଲା ସମ୍ପାଦକ ତଥା ଓଡିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ମଜଦୂର ସଂଘର ଜିଲ୍ଲା ସଭାପତି ପରମେଶ୍ବର ବିଷୋୟୀ, ସମ୍ପାଦକ ରାମ ବିଷୋୟୀ ଉପସ୍ଥିତ ରହି ନିର୍ମାଣ ଶ୍ରମିକମାନଙ୍କର ବିଭନ୍ନ ସମସ୍ୟା ସଂପର୍କରେ କହିଥିଲେ। କୋରୋନା ସମୟରେ ନିର୍ମାଣ ଶ୍ରମିକମାନଙ୍କ ପାଇଁ ଆସିଥିବା ଟଙ୍କାକୁ ବିଭିନ୍ନ ବ୍ଲକର ଓ ପୌରପାଳିକା ଅଞ୍ଚଳର ଅନେକ ଶ୍ରମିକଙ୍କୁ ଆଜିସୁଦ୍ଧା ପ୍ରଦାନ କରାଯାଇ ନାହିଁ କିମ୍ବା ଜିଲ୍ଲା ଶ୍ରମ କାର୍ଯ୍ୟାଳୟକୁ ଫେରସ୍ତ କରାଯାଇ ନାହିଁ।

ଯାହାଫଳରେ ଅଧିକାଂଶ ନିର୍ମାଣ ଶ୍ରମିକ ଟଙ୍କା ପାଇବାରୁ ବଞ୍ଚିତ ହୋଇଛନ୍ତି । ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ଖାଲିଥିବା ପଦବୀ ପୂରଣ କରାଯାଉ, ସହକାରୀ ଶ୍ରମ ଅଧିକାରୀ ଓ ଶ୍ରମ ନିରୀକ୍ଷକମାନଙ୍କୁ ନିଯୁକ୍ତ ଦିଆଯାଉ। ନିର୍ମାଣ ଶ୍ରମିକଙ୍କର ସହାୟତାରାଶି ଓ ଉପକରଣ ସମ୍ବନ୍ଧୀୟ ଆବେଦନପତ୍ର ଯଥାଶିଘ୍ର ସମାଧାନ କରାଯାଇ ନିର୍ମାଣ ଶ୍ରମିକମାନଙ୍କୁ ପ୍ରଦାନ କରାଯାଉ ।

ଶ୍ରମିକ ପଞିକରଣ କରାଯାଇ କାର୍ଡ ପ୍ରଦାନ କରାଯାଉ, ଜିଲ୍ଲା ସ୍ତରରେ ନିର୍ମାଣ ଶ୍ରମିକମାନଙ୍କର ଲାଗି ଶ୍ରମିକ କଲ୍ୟାଣ ବୋର୍ଡ ତରଫରୁ ସ୍ବତନ୍ତ୍ର କାର୍ଯ୍ୟାଳୟ ସହ ପାନୀୟ ଜଳ ଓ ପରିମଳ ବ୍ୟବସ୍ଥା କରାଯିବା, ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ଗଡିକରେ ସ୍ବତନ୍ତ୍ର ରେକର୍ଡ ରୁମ କରାଯିବା, ନିର୍ମାଣ ଶ୍ରମିକ ବୋର୍ଡକୁ ରାଜନୀତି ଠାରୁ ଦୂରେଇ ରଖାଯିବା, ପରିଚୟପତ୍ର ପାଇଥିବା ଅସଙ୍ଗଠିତ ଶ୍ରମିକମାନଙ୍କୁ ମଧ୍ୟ ନିର୍ମାଣ ଶ୍ରମିକମାନଙ୍କ ଭଳି ମିଳୁଥିବା ସମସ୍ତ ଆର୍ଥୀକ ସହାୟତା ରାଶି ଯୋଗାଇ ଦିଆଯିବାକୁ ଦାବି କରାଯାଇଛି।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ABOUT THE AUTHOR

...view details