ନବରଙ୍ଗପୁର:କୋଷାଗୁମୁଡା ବ୍ଲକ ଅନ୍ତର୍ଗତ ଉମରଗାଁରେ ଟ୍ରକ ଧକ୍କାରେ ଜଣେ ନାବାଳକର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ନାବାଳିକା ଗୁରୁତର ହୋଇଛି । ଘର ଆଗରେ ଦୁଇଜଣ ଖେଳୁଥିବା ବେଳେ ଦୃତଗତିରେ ଆସୁଥିବା ଏକ ଟ୍ରକ ଦୁହିଁକୁ ଧକ୍କା ଦେଇଥିବା ଜଣାପଡିଛି ।
ଘଟଣା ସ୍ଥଳରେ ସୁକୁରାମ ଭତରା ନାମକ 7ବର୍ଷର ନାବାଳକର ମୃତ୍ୟୁ ହୋଇ ଥିବାବେଳେ 3 ବର୍ଷର ନାବାଳିକା ଯମୁନା ପାଇକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସ୍ଥାନୀୟ କୋଷାଗୁମୁଡା ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ତେବେ ନାବାଳିକାର ସ୍ବାସ୍ଥ୍ୟବସ୍ଥା ମଧ୍ୟ ଗୁରୁତର ଥିବା ସୂଚନା ରହିଛି ।