ଓଡିଶା

odisha

ETV Bharat / state

ବିଦ୍ୟୁତ ଖୁଣ୍ଟରୁ ଝୁଲନ୍ତା ମୃତଦେହ ଉଦ୍ଧାର - hanging deadbody found an electric pole

ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ଥାନା ଅନ୍ତର୍ଗତ କର୍ମୀଗୁଡା ଗ୍ରାମ ନିକଟସ୍ଥ ଏକ ପିଜୁଳି ବାଡ ନିକଟରେ ଥିବା ବିଦ୍ୟୁତ୍‌ ଖୁଣ୍ଟରୁ ଜଣେ ବ୍ୟକ୍ତିଙ୍କୁ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ଅଧିକ ପଢନ୍ତୁ...

The body was found hanging from an electric pole
ବିଦ୍ୟୁତ ଖୁଣ୍ଟରୁ ଝୁଲନ୍ତା ମୃତଦେହ ଉଦ୍ଧାର

By

Published : Mar 1, 2020, 10:59 PM IST

ନବରଙ୍ଗପୁର: ବିଦ୍ୟୁତ ଖୁଣ୍ଟରୁ ଜଣେ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ଥାନା ଅନ୍ତର୍ଗତ କର୍ମୀଗୁଡା ଗ୍ରାମ ନିକଟସ୍ଥ ଏକ ପିଜୁଳି ବାଡ ନିକଟରୁ ମୃତଦେହକୁ ଉଦ୍ଧାର କରିଛି ପୋଲିସ । ମୃତ ବ୍ୟକ୍ତି ହେଲେ ଝରିଗୁମା ପଞ୍ଚାୟତ ଡେଙ୍ଗପଦର ଗ୍ରାମର ସମନାଥ ଡଙ୍ଗରି ।

ବିଦ୍ୟୁତ ଖୁଣ୍ଟରୁ ଝୁଲନ୍ତା ମୃତଦେହ ଉଦ୍ଧାର

ପରିବାର ଲୋକଙ୍କ କହିବାନୁଯାୟୀ, କିଛି ଦିନ ହେବ ମୃତ ସୋମନାଥଙ୍କ ମସ୍ତିଷ୍କ ଠିକ ନଥିବାରୁ ପରିବାର ଲୋକେ ତାଙ୍କୁ ତେନ୍ତୁଳିଖୁଣ୍ଟି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ମାତ୍ର ସେ ସେଠାରୁ ଖସି ପଳେଇ ଆସି ବେକରେ ଗାମୁଛା ଲଗେଇ ଆତ୍ମହତ୍ୟା କରିଥିବା କହିଛନ୍ତି । ଘଟଣାସ୍ଥଳରେ ତେନ୍ତୁଳିଖୁଣ୍ଟି ଥାନା ଅଧିକାରୀ ପରମାନନ୍ଦ ସୁନାନୀ ଓ ଏସଆଇ ଅଭିମନ୍ୟୁ ଦୁର୍ଗା ପହଞ୍ଚି କେସ ନମ୍ବର ୪/୨୦ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ମୃତଦେହକୁ ଜବତ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଜାରି ରଖିଛି ।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details