ନବରଙ୍ଗପୁର: ଗଛରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ଏଭଳି ଏକ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା କୋଡ଼ିଙ୍ଗା ଥାନା ଅନ୍ତର୍ଗତ ବଡ଼ଗୁମୁଡ଼ା ଗ୍ରାମରେ । ମୃତଦେହକୁ କୋଡ଼ିଙ୍ଗା ପୋଲିସ ଉଦ୍ଧାର କରିଥିବା ଜଣାପଡିଛି । ତେବେ ପାରିବାରିକ କହଳରୁ ଯୁବକ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ମୃତ ଯୁବକ ଜଣକ ହେଉଛନ୍ତି ସାନଗୁମୁଡ଼ା ଗ୍ରାମର ଡମ୍ବରୁ ମାଝୀ , ବୟସ ୨୫ ବର୍ଷ ।
ଗଛରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଆତ୍ମହତ୍ୟା ସନ୍ଦେହ - ନବରଙ୍ଗପୁର
ନବରଙ୍ଗପୁର ଜିଲ୍ଲା କୋଡ଼ିଙ୍ଗା ଥାନା ଅନ୍ତର୍ଗତ ବଡ଼ଗୁମୁଡ଼ା ଗ୍ରାମରେ ଗଛରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ଅଧିକ ପଢନ୍ତୁ...
![ଗଛରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଆତ୍ମହତ୍ୟା ସନ୍ଦେହ ଗଛରୁ ଯୁବକଙ୍କ ଝୁଲନ୍ତା ମଡତ ଦେହ ଉଦ୍ଧାର](https://etvbharatimages.akamaized.net/etvbharat/prod-images/768-512-11926095-thumbnail-3x2-p.jpg)
ଗଛରୁ ଯୁବକଙ୍କ ଝୁଲନ୍ତା ମଡତ ଦେହ ଉଦ୍ଧାର
ଗଛରୁ ଯୁବକଙ୍କ ଝୁଲନ୍ତା ମଡତ ଦେହ ଉଦ୍ଧାର
ମିଳିଥିବା ସୂଚନା ଅନୁଯାଇ ଗୁରୁବାର ବଡ଼ଗୁମୁଡ଼ା ଗ୍ରାମର ଏକ କାଜୁ ଗଛରେ ଯୁବକଙ୍କ ଝୁଲନ୍ତା ମୃତଦେହକୁ ଦେଖି କିଛି ଲୋକ କୋଡ଼ିଙ୍ଗା ଥାନାକୁ ଖବର ଦେଇଥିଲେ । ଖବର ପାଇ କୋଡ଼ିଙ୍ଗା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ଏକ ମାମଲା ରୁଜୁ କରିଛି । ଏଥିସହ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ଅଧିକ ତଦନ୍ତ ଚଳାଇଥିବା ଜଣାପଡିଛି । ତଦନ୍ତ ପରେ ପ୍ରକୃତ ରହସ୍ୟ ସାମ୍ନାକୁ ଆସିବ ।
ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ