ନବରଙ୍ଗପୁର: ତେନ୍ତୁଳିଖୁଣ୍ଟି ବ୍ଲକ ବନ୍ଧଗୁଡ଼ା ଗ୍ରାମ ନିକଟରେ ଥିବା ମକାବାଡ଼ରୁ ଏକ ଭାଲୁର ମୃତଦେହକୁ ଉଦ୍ଧାର କରାଯାଇଛି । ଗୁରୁବାର ଗ୍ରାମର କିଛି ବ୍ୟକ୍ତି ଶୌଚ ପାଇଁ ଯାଇଥିବା ବେଳେ ଏକ ଭାଲୁର ମୃତଦେହ ପଡ଼ି ରହିଥିବା ଦେଖିବାକୁ ପାଇଥିଲେ ।
ଏନେଇ ଗ୍ରାମବାସୀ ବନବିଭାଗକୁ ଖବର ଦେବାରୁ ଘଟଣାସ୍ଥଳରେ ମୈଦଲପୁର ବନବିଭାଗ କର୍ମଚାରୀ ଉମାକାନ୍ତ ପଟ୍ଟନାୟକ ପହଞ୍ଚି ଗ୍ରାମବାସୀଙ୍କ ସାହାଯ୍ୟରେ ମୃତ ଭାଲୁର ମୃତଦେହକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠେଇଥିଲେ । ଭାଲୁର ଆନୁମାନିକ ବୟସ ୮ ବର୍ଷ ହେବ ବୋଲି ବନବିଭାଗ କର୍ମଚାରୀ କହିଛନ୍ତି ।