ନବରଙ୍ଗପୁର: ପ୍ରଶାସନ ଚଢାଉ କରି ପିଡିଏସ ଚାଉଳ ଜବତ କଲା ପ୍ରଶାସନ । ନବରଙ୍ଗପୁର ଜିଲ୍ଲା ଉମରକୋଟ 14ନଂ ୱାର୍ଡ ଠାରେ ଅଟୋ ଯୋଗେ ପିଡିଏସ ଚାଉଳ ଅନଲୋଡ ହେଇଥିବା ବେଳେ ପ୍ରଶାସନ ପକ୍ଷରୁ ଚଢାଉ କରି ଚାଉଳ ଜବତ କରାଯାଇଛି । ପ୍ରଶାସନ ତରଫରୁ ପ୍ରଭାକର ପାତ୍ର ନାମକ ଜଣେ ବ୍ୟକ୍ତିଙ୍କ ଘରେ ଏକ ଅଟୋ ଯୋଗେ ପିଡିଏସ ଚାଉଳ ଅନଲୋଡ ବେଳେ ଚଢାଉ କରି ଛଅ ଅଖା ଚାଉଳ ସହ ପାଞ୍ଚ ଜଣ ହିତାଧିକାରୀଙ୍କ ରାସନ କାର୍ଡ ଜବତ କରିଛନ୍ତି।
ପ୍ରଶାସନର ଚଢାଉ, ଜବତ ହେଲା ପିଡିଏସ ଚାଉଳ ଓ ରାସନ କାର୍ଡ - ପିଡିଏସ ଚାଉଳ ଜବତ
ଅସାଧୁ ଭାବରେ ଚାଲାଣ ହେଉଥିବା ପିଡିଏସ ଚାଉଳ ଓ ରାସନ କାର୍ଡକୁ ଜବତ କଲା ପ୍ରଶାସନ । ଅଧିକ ସୂଚନା ପାଇଁ ପଢନ୍ତୁ...
![ପ୍ରଶାସନର ଚଢାଉ, ଜବତ ହେଲା ପିଡିଏସ ଚାଉଳ ଓ ରାସନ କାର୍ଡ The administration confiscated PDS rice and ration card](https://etvbharatimages.akamaized.net/etvbharat/prod-images/768-512-6841940-thumbnail-3x2-nabarangapur.jpg)
ପ୍ରଶାସନର ଚଢାଉ, ଜବତ ହେଲା ପିଡିଏସ ଚାଉଳ ଓ ରାସନ କାର୍ଡ
ପ୍ରଶାସନର ଚଢାଉ, ଜବତ ହେଲା ପିଡିଏସ ଚାଉଳ ଓ ରାସନ କାର୍ଡ
ଏକ ଅଟୋ ଯୋଗେ ଆସି ପିଡିଏସ ଚାଉଳ ଚୋରା ଚାଲାଣ ହେଉଥିବା ଖବର ପାଇ ଅଚାନକ ବିଡିଓ, ତହସିଲଦାର, ପୌର ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ, ଯୋଗାଣ ଅଧିକାରୀ ଚଢାଉ କରିଥିଲେ । ଚଢାଉ ଲାଗି ଅଧିକାରୀ ମାନେ ଆସୁଥିବା ବେଳେ ଅଟୋ ଖସି ଯାଇଥିଲେ ମଧ୍ୟ ଛଅ ଅଖା ଚାଉଳ ଜବତ ହୋଇଥିଲା ଓ ପ୍ରଭାକର ପାଖରୁ ପାଞ୍ଚଟି ରାସନ କାର୍ଡ ଜବତ ହୋଇଛି । ଚାଉଳ ଆଣିଥିବା ଅଟୋରେ ଚାଉଳ ପରିବହନ କରିବାକୁ ସରକାରଙ୍କ ଠାରୁ ଅନୁମତି ଆଣି ଏହି କଳା କାରବାର ରେ ସେ ସାମିଲ ଥିଲା।
ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ