ଓଡିଶା

odisha

ETV Bharat / state

ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କୁ ହସ୍ପିଟାଲରେ ପହଞ୍ଚାଇଲେ ବୟନଶିଳ୍ପ ମନ୍ତ୍ରୀ - ଆହତଙ୍କୁ ସାହାଯ୍ୟ କଲେ ବୟନ ଶିଳ୍ପମନ୍ତ୍ରୀ

ବୟନ ଶିଳ୍ପମନ୍ତ୍ରୀ ପଦ୍ମିନୀ ଦିଆନ ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କୁ ଡାକ୍ତରଖାନାରେ ପହଞ୍ଚାଇ ମାନବିକତା ଦେଖାଇଛନ୍ତି । ଅଧିକ ପଢନ୍ତୁ...

Textile and handicrafts minister shows humanity by helping injured person in Nabarangpur
ଆହତଙ୍କୁ ସାହାଯ୍ୟ କରି ମାନବିକତା ଦେଖାଇଲେ ବୟନ ଶିଳ୍ପମନ୍ତ୍ରୀ

By

Published : Feb 12, 2021, 10:11 AM IST

Updated : Feb 12, 2021, 10:48 AM IST

ନବରଙ୍ଗପୁର: ରାଜ୍ୟର ହସ୍ତତନ୍ତ ଓ ବୟନ ଶିଳ୍ପମନ୍ତ୍ରୀ ପଦ୍ମିନୀ ଦିଆନ ଦୁର୍ଘଟଣାର ଶିକାର ହୋଇଥିବା ବ୍ୟକ୍ତିଙ୍କୁ ଡାକ୍ତରଖାନାରେ ପହଞ୍ଚାଇ ମାନବିକତା ଦେଖାଇଛନ୍ତି । ମନ୍ତ୍ରୀ ନିଜ ଅଞ୍ଚଳ କୋଟପାଡ ଫେରିବା ରାସ୍ତାରେ ଏହି ଘଟଣା ଘଟିଥିବା ଜଣାପଡିଛି ।

ଆହତଙ୍କୁ ସାହାଯ୍ୟ କରି ମାନବିକତା ଦେଖାଇଲେ ବୟନ ଶିଳ୍ପମନ୍ତ୍ରୀ

ମିଳିଥିବା ସୂଚନା ଅନୁସାରେ ଡାବୁଗାଁ ବ୍ଲକ ଘୋଡାଖୁଣ୍ଟା ପଞ୍ଚାୟତ ଅଧିନ କାହାକଗୁଡା ଗ୍ରାମର ଦେବସିଂ ଭତ୍ରା କୌଣସି କାରଣରୁ ଡାବୁଗାଁ ଆସି ନିଜ ଗ୍ରାମକୁ ଫେରିବା ବାଟରେ ମାଝିଗୁଡା କ୍ରସର ନିକଟରେ ଏକ ଅଜଣା ଗାଡି ଧକ୍କା ଦେଇଥିଲା । ଫଳରେ ସେ ରାସ୍ତା ଉପରେ ଆହତ ଅବସ୍ଥାରେ ପଡ଼ିରହିଥିଲେ । ବୟନ ଶିଳ୍ପମନ୍ତ୍ରୀ ସେହି ସମୟରେ ଉକ୍ତ ରାସ୍ତା ଦେଇ ନିଜ ଅଞ୍ଚଳ କୋଟପାଡ଼କୁ ଫେରୁଥିଲେ । ଆଉ ବାଟରେ ଆହତ ଦେବସିଂଙ୍କୁ ଦେଖି ସେ ତୁରନ୍ତ ହସ୍ପିଟାଲ ନେବାକୁ ବ୍ୟବସ୍ଥା କରିଥିଲେ । ଆହତଙ୍କୁ ଅଗ୍ନିଶମ ଗାଡି ଦ୍ବାରା ସେ ଡାବୁଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ ଓ ଚିକିତ୍ସା କରାଇଥିଲେ । ସେଠାରେ ଦେବସିଂଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଡାକ୍ତର ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛନ୍ତି । ମନ୍ତ୍ରୀଙ୍କ ଏପରି କାର୍ଯ୍ୟକୁ ବୁଦ୍ଧିଜୀବୀମାନେ ସ୍ବାଗତ ଜଣାଇଛନ୍ତି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

Last Updated : Feb 12, 2021, 10:48 AM IST

ABOUT THE AUTHOR

...view details