ନବରଙ୍ଗପୁର:ଜିଲ୍ଲାରୁ ସାମ୍ନାକୁ ଆସିଛି ମନରେଗାରେ ଦୁର୍ନୀତି ହୋଇଥିବା ଖବର । କାମ କରିବା ସତ୍ତ୍ବେ ମଧ୍ୟ ପଇସା ପାଉନଥିବା ନେଇ ତେନ୍ତୁଳୀଖୁଣ୍ଟି ବ୍ଲକ ଅନ୍ତର୍ଗତ ଚରାମୁଳା ଗ୍ରାମର ଶତାଧିକ ଶ୍ରମିକ ନବରଙ୍ଗପୁର ଆସି ପିଡିଙ୍କୁ ଅଭିଯୋଗ କରିଛନ୍ତି ।
ଅଭିଯୋଗ ଅନୁସାରେ, ଦିଗୀ ପଞ୍ଚାୟତ ଅନ୍ତର୍ଗତ ଡେପୁଗୁଡା ଗ୍ରାମଠାରେ ସରକାରଙ୍କ ମନରେଗା ଯୋଜନା ମାଧ୍ୟମରେ ଏକ ପ୍ରୋଟେକ୍ସନ ୱାଲ ନିର୍ମାଣ କାର୍ଯ୍ୟ ଚାଲୁ ରହିଥିଲା । ଯାହାକି ଏକ ମାସ ପୂର୍ବରୁ କାମ ଶେଷ ହୋଇଯାଇଥିଲେ ସୁଦ୍ଧା ଦିଗୀ ପଞ୍ଚାୟତର ଗ୍ରାମ ରୋଜଗାର ସେବକ କୃପାସିନ୍ଧୁ ହିଆଲ ଜୋବ ଡିମାଣ୍ଡ କରି ବାରମ୍ବାର ଲଗାତାର 3 ଥର ସେମାନଙ୍କୁ ଆବସେଣ୍ଟ ଦର୍ଶାଇ ଚାଲିଛନ୍ତି ଏବଂ ବାହାରିଥିବା ମୋଷ୍ଟର ରୋଲରେ ଗୋଟିଏ ଗୋଟିଏ ଦିନ ର 13264 ଟଙ୍କାର ବିଲ ମଞ୍ଜୁର କରିଛନ୍ତି l ଏନେଇ ଜିଆରଏସଙ୍କୁ ପଚାରିବା ପରେ ସିଧା ସଳଖ ସେ ଲାଞ୍ଚ ମାଗିବାରୁ ସମସ୍ତ ଶ୍ରମିକ ଯାଇ ବିଡ଼ିଓଙ୍କ ଦୃଷ୍ଟି ଗୋଚର କରିଥିଲେ ମଧ୍ୟ କୌଣସି ସୁଫଳ ମିଳି ପାରିନଥିଲା । ତେଣୁ କୁଲି ମଜୁରୀ କରି ପରିବାର ପ୍ରତିପୋଷଣ କରୁଥିବା ପରିବାର ହତାଶ ହେବା ପରେ ପରିଶେଷରେ ଗୁରୁବାର ଦିନ ଆସି ପିଡିଙ୍କୁ ଦେଖା କରିଛନ୍ତି ।