ନବରଙ୍ଗପୁର: ସାରା ରାଜ୍ୟରେ ଜାରି ରହିଛି ଲଘୁଚାପ ଜନିତ ବର୍ଷା । ତୁହାକୁ ତୁହା ବର୍ଷା ଫଳରେ ରାଜ୍ୟର ଅନେକ ଜାଗାରେ ସ୍ଥିତି ସଙ୍ଗିନ ହେବାରେ ଲାଗିଛି । ଏହାର ପ୍ରଭାବରେ ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ରାଜପୁର ପଞ୍ଚାୟତ ଅଧୀନରେ ଥିବା ସିଦୀଗାଁ ଠାରୁ ଛତିଶଗଡ଼ ଵରୀଭାଟା ଗାଁକୁ ସଂଯୋଗ କରୁଥିବା ପୋଲଟି ଭୁଶୁଡି ଯାଇଛି । ଫଳରେ ଯାତାୟାତ ସମ୍ପୂର୍ଣ୍ଣ ଠପ୍ ହୋଇପଡିଛି l ଆଉ ଏହି ସମୟରେ ସାହା ପାଲଟିଲେ ଜିଲ୍ଲାପରିଷଦ ସଭ୍ୟ ରବି ଧଳ । ଜିଲ୍ଲାପରିଷଦ ଉକ୍ତ ସ୍ଥାନକୁ ଯାଇ ଭଙ୍ଗା ପୋଲ ମରାମତି କରି ଅସ୍ଥାୟୀ ସିମେଣ୍ଟ ପୋଲ ନିର୍ମାଣ କରିଛନ୍ତି ।
ଭଙ୍ଗାପୋଲ ଉପରେ ସିମେଣ୍ଟ ପୋଲ ରଖି ପ୍ରଶଂସାର ପାତ୍ର ସାଜିଲେ ସ୍ଥାନୀୟ ନେତା । ଲଘୁଚାପ ବର୍ଷା ଯୋଗୁଁ ଭୁଶୁଡିଲା ପୋଲ । ପ୍ରଶାସନକୁ ଅଭିଯୋଗ କରିବା ସତ୍ତ୍ବେ ଦୃଷ୍ଟି ଦେଲେନାହିଁ । ତେଣୁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ଲାଗି ସ୍ଥାନୀୟ ଲୋକେ ଏବଂ ଜିଲ୍ଲାପରିଷଦ ସଭ୍ୟ ରବି ଧଳ ଉକ୍ତ ସ୍ଥାନକୁ ଯାଇ ଭଙ୍ଗା ପୋଲ ମରାମତି କରି ଅସ୍ଥାୟୀ ସିମେଣ୍ଟ ପୋଲ ନିର୍ମାଣ କରିଛନ୍ତି । ଭଙ୍ଗା ପୋଲ ଯୋଗୁଁ ସ୍ଥାନୀୟ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି ।