ଓଡିଶା

odisha

ETV Bharat / state

ପଦୋନ୍ନତି ଦାବିରେ ଶିକ୍ଷକ ସଂଘର ଧାରଣା: ସମର୍ଥନରେ ସାଂସଦ ମୁନ୍ନା ଖାଁ - Teachers Union protest

ଶିକ୍ଷକ ସଂଘର ଧାରଣାରେ ବସିଲେ ରାଜ୍ୟସଭା ସାଂସଦ ମୁନ୍ନା ଖାଁ। ନବରଙ୍ଗପୁରରୁ ଭୁବନେଶ୍ୱର ଯାଉଥିବାବେଳେ ରାସ୍ତା କଡ଼ରେ ଶିକ୍ଷକଙ୍କୁ ଧାରଣାରେ ବସିଥିବା ଦେଖି ସେମାନଙ୍କ ନିକଟକୁ ଯାଇ ସମସ୍ୟା ଉପରେ ଦୀର୍ଘ ସମୟ ଆଲୋଚନା କରିଛନ୍ତି । ଅଧିକ ପଢନ୍ତୁ...

ପଦୋନ୍ନତି ଦାବିରେ ଶିକ୍ଷକ ସଂଘର ଧାରଣା: ସମର୍ଥନରେ ସାଂସଦ ମୁନ୍ନା ଖାଁ
ପଦୋନ୍ନତି ଦାବିରେ ଶିକ୍ଷକ ସଂଘର ଧାରଣା: ସମର୍ଥନରେ ସାଂସଦ ମୁନ୍ନା ଖାଁ

By

Published : Oct 28, 2021, 8:17 PM IST

Updated : Oct 28, 2021, 8:37 PM IST

ନବରଙ୍ଗପୁର: ଶିକ୍ଷକ ସଂଘର ଧାରଣାରେ ବସିଲେ ରାଜ୍ୟସଭା ସାଂସଦ ମୁନା ଖାଁ। ନବରଙ୍ଗପୁରରୁ ଭୁବନେଶ୍ୱର ଯାଉଥିବା ବେଳେ ରାସ୍ତା କଡ଼ରେ ଶିକ୍ଷକଙ୍କୁ ଧାରଣାରେ ବସିଥିବା ଦେଖି ସେମାନଙ୍କ ନିକଟକୁ ଯାଇ ସମସ୍ୟା ଉପରେ ଦୀର୍ଘ ସମୟ ଆଲୋଚନା କରିଛନ୍ତି। ରାଜ୍ୟ ସରକାରଙ୍କର ନିର୍ଦ୍ଦେଶ ପ୍ରକାରେ ବ୍ଲକ ସ୍ତରରେ କାଉନସିଲିଂ କରି ଶିକ୍ଷକ ପଦୋନ୍ନତି ଓ ବଦଳି କାର୍ଯ୍ୟକାରୀ କରିବାକୁ ଦାବି କରି ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ପ୍ରତୀକ ଧାରଣା ଦିଆଯାଇଛି ।

ପଦୋନ୍ନତି ଦାବିରେ ଶିକ୍ଷକ ସଂଘର ଧାରଣା: ସମର୍ଥନରେ ସାଂସଦ ମୁନ୍ନା ଖାଁ

ତେବେ ଆଜି(ଗୁରୁବାର) ଧାରଣା ସ୍ଥଳରେ ରାଜ୍ୟ ସଭା ସାଂସଦ ମୁନ୍ନା ଖାଁ ପହଞ୍ଚି ଶିକ୍ଷକଙ୍କ ଦାବି ଆଜି ସଂଧ୍ୟା ସୁଦ୍ଧା ସମାଧାନ କରାଯିବ ବୋଲି ସୂଚନା ଦେଇଛନ୍ତି । ଧାରଣାସ୍ଥଳରେ ଜିଲ୍ଲାପାଳ, ଉପଜିଲ୍ଲାପାଳ ଓ ଡିଇଓଙ୍କୁ ଏହାର ସମାଧାନ ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଚିଠି ନମ୍ବର-୧୯୩୩୪, ତା ୭.୧୦.୨୧ରେ ଶିକ୍ଷକ ପଦୋନ୍ନତି ଓ ବଦଳି କରିବାକୁ କାଉନସିଲିଂ ମାଧ୍ୟମରେ କରାଯିବାକୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଏହି ଜିଲ୍ଲାରେ ଏହି ନିର୍ଦ୍ଦେଶନାମାକୁ ବର୍ତ୍ତମାନ ସୁଦ୍ଧା କାର୍ଯ୍ୟକାରୀ କରାଯାଇ ନାହିଁ ।

ଏହି ନିର୍ଦ୍ଦେଶ ଅନୁସାରେ ବ୍ଳକ ସ୍ତରରେ କାଉନସିଲିଂ କରି ବଦଳି କରିବାକୁ ଦାବି କରାଯାଉଛି । ଆସନ୍ତା ୩୦.୧୦.୨୧ରୁ ୪.୧୧.୨୦୨୧ ପର୍ଯ୍ୟନ୍ତ ବିଜୁ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ ପାଇଁ ଶିକ୍ଷକ ଶିକ୍ଷୟିତ୍ରୀ ନିୟୋଜିତ ହୋଇଛନ୍ତି । ଏପରି ସ୍ଥଳେ କିପରି କାଉନସିଲିଂ ହେବ ବୋଲି ପ୍ରଶ୍ନ କରାଯାଉଛି । ଏହି ଦାବିକୁ ହୃଦୟତାର ସହ ବିଚାର କରି ଜିଲ୍ଲା କାଉନସିଲିଂ ଚିଠି ନମ୍ବର- ୬୧୭୦, ତା ୨୨.୧୦.୨୧କୁ ନାକଚ କରି ବ୍ଲକ ସ୍ତରୀୟ କାଉନସଲିଂ କରିବାକୁ ଦାବି କରାଯାଇଛି । ନଚେତ ପ୍ରତୀକ ଧାରଣା ଚାଲୁ ରହିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି ।

ଏସମ୍ପର୍କରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଲିଖିତ ଭାବେ ଜଣାଇବା ସହିତ ଏହାର ନକଲ ଜିଲ୍ଲାପାଳ, ଉପଜିଲ୍ଲାପାଳ ଓ ରାଜ୍ୟ ଶିକ୍ଷକ ସଂଘକୁ ଅବଗତ କରଯାଇଛି । ଏହି ଧାରଣାରେ ଜିଲ୍ଲା ସଭାପତି ବିଷ୍ଣୁ ପ୍ରସାଦ ପାଣିଗ୍ରାହୀ, ଜିଲ୍ଲା ସାଧାରଣ ସମ୍ପାଦକ ରମଣୀ ରଞନ ତ୍ରିପାଠୀ, ରାଜ୍ୟ ଉପ ସଭାପତି ସନନ୍ତ କୁମାର ପ୍ରହରାଜ, ଜିଲ୍ଲା ସଂଯୋଜିକା ପ୍ରତିମା ଯାଦବ, ଜିଲ୍ଲା ସଂଯୋଜକ କୃପାନିଧି ସିଂହଙ୍କ ସମେତ ନବରଙ୍ଗପୁର, ରାଇଘର, ଉମରକୋଟ, ପାପଡାହାଣ୍ଡି, ତେନ୍ତୁଳିଖୁଣ୍ଟି ଓ ନନ୍ଦାହାଣ୍ଡି ବ୍ଳକର ଶିକ୍ଷକମାନେ ଧାରଣାରେ ବସିଛନ୍ତି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

Last Updated : Oct 28, 2021, 8:37 PM IST

ABOUT THE AUTHOR

...view details