ଓଡିଶା

odisha

By

Published : Aug 31, 2019, 8:23 PM IST

ETV Bharat / state

ନବରଙ୍ଗପୁରରେ ପାଳିତ ହେଲା ସ୍ବାୟତ୍ତ ଶାସନ ଦିବସ

ନବରରଙ୍ଗପୁରରେ ପାଳିତ ହୋଇଯାଇଛି ସ୍ବାୟତ୍ତ ଶାସନ ଦିବସ । ଏହି ଦିବସ ଅବସରରେ ସହରରେ ପୌରପାଳିକା ତରଫରୁ ଏକ ଅଳିଆ ଆବର୍ଜନା ଫିଲ୍ଟର ମେସିନ ଲଗାଯିବ।

ଫଟୋ ସୌଜନ୍ୟ: ପ୍ରତିନିଧି, ନବରଙ୍ଗପୁର

ନବରରଙ୍ଗପୁର: ଜିଲ୍ଲାର ପୌରପାଳିକା ପରିସରରେ ପାଳିତ ହୋଇଯାଇଛି ସ୍ବାୟତ୍ତ ଶାସନ ଦିବସ । ଏହି ଅବସରରେ ନବରଙ୍ଗପୁର ସହରର ଉନ୍ନତି ଓ ଏହାକୁ ପ୍ଲାଷ୍ଟିକ ମୁକ୍ତ ସହର ରୂପେ ଗଢିବା ପାଇଁ ଆଲୋକପାତ କରାଯାଇଛି ।

ତେବେ ନବରରଙ୍ଗପୁରର ପୌରପାଳିକା ତରଫରୁ ଏକ ଅଳିଆ ଆବର୍ଜନା ଫିଲ୍ଟର ମେସିନ ଲଗାଯିବ । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୭୫ ଲକ୍ଷ ଟଙ୍କା ହେବ ବୋଲି ନବରଙ୍ଗପୁର ଜିଲ୍ଲାପାଳ କହିଛନ୍ତି । ପରେ ପରେ ୬୦ ବର୍ଷରୁ ଊର୍ଦ୍ଧ୍ବ ବୟସ୍କ ଲୋକଙ୍କୁ ମଧୁବାବୁ ପେନସନ ଯୋଜନାରେ ବି ସାମିଲ କରାଯିବ। ଏହାସହ ବିଧାୟକ ପାଣ୍ଠିରୁ ନବରଙ୍ଗପୁର ସହରରେ ୩ଟି ଶୌଚାଳୟ କରାଯିବ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ନବରଙ୍ଗପୁର

ଏହି ଦିବସ ଉପଲକ୍ଷେ ସହର କିଛି ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବି ଦିଆଯାଇଥିଲା । ଏହି କର୍ଯ୍ୟକ୍ରମରେ ସହରର ବୁଦ୍ଧିଜୀବୀ ମାନେ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ, ନବରରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନ , ଜିଲ୍ଲାପାଳ ଡ଼ଃ ଅଜିତ କୁମାର ମିଶ୍ର, ପୌର କାର୍ଯ୍ୟନିବାହୀ ଅଧିକାରୀ ଓ ସହରର ବରିଷ୍ଠ ବୁଦ୍ଧିଜୀବୀ।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

ABOUT THE AUTHOR

...view details