ଓଡିଶା

odisha

By

Published : Sep 29, 2019, 3:01 PM IST

ETV Bharat / state

ଅବ୍ୟବସ୍ଥା ଘେରରେ ସ୍କୁଲ, ଅବହେଳିତ ଛାତ୍ରଛାତ୍ରୀ

ନା ଅଛି ପିଲାଙ୍କ ପାଇଁ ଶ୍ରେଣୀଗୃହ, ନା ଅଛି ଶୌଚାଳୟ । ପିଇବା ପାଣି କଥା ତ ନ କହିଲେ ଭଲ । ଏ ହେଉଛି ରାଇଘର ବ୍ଲକ ଡୁମୁରିମୁଣ୍ଡା ଗାଁ ସ୍କୁଲର ଦୃଶ୍ୟ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର

ନବରଙ୍ଗପୁର: ରାଜ୍ୟରେ ପିଲାଏ ସଠିକ୍‌ ଶିକ୍ଷା ଗ୍ରହଣ କରିବା ପାଇଁ ହୋଇଛି ମାଳ ମାଳ ଯୋଜନା । ହେଲେ ଏତେ ସବୁ ଯୋଜନା ପରେ ବି ବିପଦ ସଙ୍କୁଳ ଅବସ୍ଥାରେ ସ୍କୁଲ ଘରେ ଚାଲିଛି ପାଠପଢା । ନା ଅଛି ପିଲାଙ୍କ ପାଇଁ ଶ୍ରେଣୀଗୃହ, ନା ଅଛି ଶୌଚାଳୟ । ପିଇବା ପାଣି କଥା ତ ନକହିଲେ ଭଲ । ଏ ହେଉଛି ରାଇଘର ବ୍ଲକ ଡୁମୁରିମୁଣ୍ଡା ଗାଁ ସ୍କୁଲର ଦୃଶ୍ୟ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର

ଏହି ସ୍କୁଲରେ ପିଲାମାନେ ପଢିବା ପାଇଁ ରହିଛି ଶ୍ରେଣୀଗୃହର ଅଭାବ । ଫଳରେ ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀମାନେ ଗୋଟିଏ ଶ୍ରେଣୀଗୃହରେ ପାଠ ପଢିବା ପାଇଁ ବାଧ୍ୟ ହେଉଛନ୍ତି । ଏହା ଉଭୟ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ପାଇଁ ଅସୁବିଧା ହେଉଥିବା ପ୍ରକାଶ କରିଛନ୍ତି ଉଭୟେ ।

ତେଣେ ଅତି ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି ସ୍କୁଲ ବିଲ୍ଡିଂ । କେଉଁଠି ଛାତ ଫାଟି ଆଁ କଲାଣି ତ କେତେବେଳେ ପୁଣି ଟିକେ ବର୍ଷା ହେଲେ ଶ୍ରେଣୀଗୃହରେ ପଶି ଯାଉଛି ବର୍ଷାପାଣି । ସେପଟେ ପିଇବା ପାଣି ଓ ଶୌଚାଳୟକୁ ନେଇ ମଧ୍ୟ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଉଭୟ ଛାତ୍ରଛାତ୍ରୀ ଓ ଶିକ୍ଷକ ।

ସରକାର ଏହି ଅବହେଳିତ ବିଦ୍ୟାଳୟ ପ୍ରତି କେବେ ଦୃଷ୍ଟି ଦେଉଛନ୍ତି ତାହା ଉପରେ ନଜର ।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

ABOUT THE AUTHOR

...view details